'ବନ୍ଦେ ଭାରତ ପରିଚାଳନାକୁ ତ୍ଵରାନ୍ବିତ କରିବା ପାଇଁ ପରଭଣି-ମୁଦଖେଡ କ୍ଷେତ୍ରରେ ବିଦ୍ୟୁତ କର୍ଷଣ ବ୍ୟବସ୍ଥାର ଉନ୍ନତିକରଣ କରାଯିବ
ନୂଆଦିଲ୍ଲୀ, ୨୮ ଜୁଲାଇ (ହି.ସ.)- ଭାରତୀୟ ରେଳବାଇ ନେଟୱର୍କ କ୍ଷମତା ବୃଦ୍ଧି ଏବଂ ପରିଚାଳନା ଦକ୍ଷତାରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ଦକ୍ଷିଣ କେନ୍ଦ୍ରୀୟ ରେଳବାଇର ନାନ୍ଦେଡ଼ ଡିଭିଜନର ପରଭଣି-ମୁଦଖେଡ ଡବଲ୍ ଲାଇନ୍ ରେଳ ବିଭାଗରେ ବୈଦ୍ୟୁତିକ କର୍ଷଣ ପ୍ରଣାଳୀର ଉନ୍ନତିକରଣକୁ ଅନୁମୋଦନ କରିଛି । ୧୬୩ କୋଟ
'ବନ୍ଦେ ଭାରତ ପରିଚାଳନାକୁ ତ୍ଵରାନ୍ବିତ କରିବା ପାଇଁ ପରଭଣି-ମୁଦଖେଡ କ୍ଷେତ୍ରରେ ବିଦ୍ୟୁତ କର୍ଷଣ ବ୍ୟବସ୍ଥାର ଉନ୍ନତିକରଣ କରାଯିବ


ନୂଆଦିଲ୍ଲୀ, ୨୮ ଜୁଲାଇ (ହି.ସ.)- ଭାରତୀୟ ରେଳବାଇ ନେଟୱର୍କ କ୍ଷମତା ବୃଦ୍ଧି ଏବଂ ପରିଚାଳନା ଦକ୍ଷତାରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ଦକ୍ଷିଣ କେନ୍ଦ୍ରୀୟ ରେଳବାଇର ନାନ୍ଦେଡ଼ ଡିଭିଜନର ପରଭଣି-ମୁଦଖେଡ ଡବଲ୍ ଲାଇନ୍ ରେଳ ବିଭାଗରେ ବୈଦ୍ୟୁତିକ କର୍ଷଣ ପ୍ରଣାଳୀର ଉନ୍ନତିକରଣକୁ ଅନୁମୋଦନ କରିଛି । ୧୬୩ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ଅଧୀନରେ ବିଦ୍ୟୁତ ଯୋଗାଣ ସମ୍ବନ୍ଧୀୟ ଆବଶ୍ୟକୀୟ କାର୍ଯ୍ୟ ମଧ୍ୟ କରାଯିବ ।

ରେଳ ମନ୍ତ୍ରଣାଳୟ ମଙ୍ଗଳବାର ସୂଚନା ଦେଇଛି ଯେ, ଏହି ପ୍ରକଳ୍ପ ଅଧୀନରେ ବିଦ୍ୟମାନ ୧ଙ୍ଘ୨୫ କେଭି ବୈଦ୍ୟୁତିକ କର୍ଷଣ ପ୍ରଣାଳୀକୁ ୧୬୪-ଟ୍ରାକ୍ କିଲୋମିଟର ଲମ୍ବ ଧାରାରେ ଏକ ଅତ୍ୟାଧୁନିକ ୨ଙ୍ଘ୨୫ କେଭି ସିଷ୍ଟମରେ ରୂପାନ୍ତରିତ କରାଯିବ । ଏଥି ସହିତ, ବର୍ଦ୍ଧିତ ବୋଝକୁ ପରିଚାଳନା କରିବା ପାଇଁ ବିଦ୍ୟୁତ୍ ଯୋଗାଣ ଭିତିଭୂମିକୁ ମଧ୍ୟ ସୁଦୃଢ଼ କରାଯିବ ।

ପରଭାନି-ମୁଦଖେଡ ରେଳ ଡିଭିଜନ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହାଇଲି ୟୁଟିଲାଇଜ୍ଡ ନେଟୱାର୍କ (ଏଚ୍. ୟୁ. ଏନ୍.) ରୁଟ୍-୯ର ଅଂଶବିଶେଷ, ଯାହା ଆଜମେର-ଇନ୍ଦୋର-ଖଣ୍ଡୱା-ଅକୋଲା-ପୂର୍ଣା-ମୁଦଖେଡ-ସିକନ୍ଦରାବାଦ-ମହବୁବନଗର-ଧୋନେକୁ ଯୋଡ଼ିଥାଏ ।

ମନ୍ତ୍ରଣାଳୟ ଅନୁଯାୟୀ, ଟ୍ରାକ୍ସନ ସିଷ୍ଟମର ଉନ୍ନତିକରଣ ଏହି ବିଭାଗରେ ଟ୍ରେନ୍ ପରିଚାଳନା ପାଇଁ ଅଧିକ ବିଶ୍ୱସନୀୟ ଏବଂ ଦୃଢ଼ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବ । ଏହାଦ୍ୱାରା ପରିବହନ କ୍ଷମତା ବୃଦ୍ଧି ପାଇବ ଏବଂ ବନ୍ଦେ ଭାରତ ଏକ୍ସପ୍ରେସ୍ ଭଳି ଆଧୁନିକ ଟ୍ରେନ୍ ଗୁଡ଼ିକର ପରିଚାଳନାକୁ ମଧ୍ୟ ଅଧିକ ସହାୟତା ମିଳିବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande