
ଗୁୱାହାଟି, ୨୯ ଜୁଲାଇ (ହି.ସ.) କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ଆସାମ ମୁଖ୍ୟମନ୍ତ୍ରୀ ଡ଼. ହିମନ୍ତ ବିଶ୍ୱ ଶର୍ମାଙ୍କୁ ଫୋନ୍ କରି ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ଚାଲିଥିବା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସୂଚନା ନେବା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମ୍ଭବ ସମସ୍ତ ସହାୟତାର ଆଶ୍ୱାସନ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକ୍ରେ କହିଛନ୍ତି ଯେ, କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଆଜି କିଛି ସମୟ ପୂର୍ବରୁ ଫୋନ୍ରେ ଆସାମର ବର୍ତମାନ ବନ୍ୟା ପରିସ୍ଥିତି ଏବଂ ଚାଲିଥିବା ସହାୟତା ଓ ଉଦ୍ଧାର ଅଭିଯାନର ସମୀକ୍ଷା କରିଥିଲେ। ସେ ସମସ୍ତ ସ୍ତରର ପରିସ୍ଥିତି ସମ୍ପର୍କରେ ସୂଚନା ନେବା ସହ ଏହି ଆଶ୍ୱାସନ ମଧ୍ୟ ଦେଇଥିଲେ ଯେ, ସହାୟତା, ପୁନଃସ୍ଥାପନ ଏବଂ ପୁନର୍ନିର୍ମାଣ କ୍ଷେତ୍ରରେ ଭାରତ ସରକାରଙ୍କ ପକ୍ଷରୁ ଆବଶ୍ୟକତାନୁସାରେ ସମସ୍ତ ପ୍ରକାର ସହଯୋଗ ଜାରି ରହିବ।
ମୁଖ୍ୟମନ୍ତ୍ରୀ ଡ଼. ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ, ଏହି କଠିନ ସମୟରେ ସେ ଦୃଢ଼ତାର ସହିତ ଉଲ୍ଲେଖ କରିଥିଲେ ଯେ, ଆସାମର ଜନସାଧାରଣଙ୍କ ହିତରେ ପୂର୍ବରୁ ଅନ୍ତର-ମନ୍ତ୍ରାଳୟ ଟିମ୍ ପଠାଇବା ସହ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ପୂର୍ଣ୍ଣ ସହଯୋଗ କରିବେ। ଏହି ବିପର୍ଯ୍ୟୟ ସମୟରେ ଆସାମର ଜନସାଧାରଣଙ୍କ ପ୍ରତି ଦେଖାଇଥିବା ପ୍ରକୃତ ସହାନୁଭୂତି, ନିରନ୍ତର ସହଯୋଗ ଏବଂ ଦୃଢ଼ ପ୍ରତିବଦ୍ଧତା ପାଇଁ ମୁଁ ଗୃହମନ୍ତ୍ରୀଙ୍କୁ ମୋର ଆନ୍ତରିକ କୃତଜ୍ଞତା ଜଣାଉଛି।
--------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ