
ବିଜାପୁର, ୨୯ ଜୁଲାଇ (ହି.ସ.)- ଛତିଶଗଡ଼ର ବିଜାପୁରରେ ଆଠ ଜଣ ନକ୍ସଲ ବୁଧବାର କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ୍)ର ସହଯୋଗରେ ବିଜାପୁର ପୋଲିସ ଅଧୀକ୍ଷକ ଉମେଶ କୁମାର ଗୁପ୍ତାଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ମଧ୍ୟରେ ପାଂଚ ଜଣ ମହିଳା ଓ ତିନି ଜଣ ପୁରୁଷ କ୍ୟାଡର ଅଛନ୍ତି। ସେମାନଙ୍କ ଉପରେ ମୋଟ ୪୯ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ହୋଇଥିଲା।
ପୋଲିସର ସୂଚନା ଅନୁଯାୟୀ, ଦକ୍ଷିଣ ଜୋନାଲ୍ କମିଟି ଏବଂ ସାରାଣ୍ଡା ସବ୍-ଜୋନାଲ୍ କମିଟି ସହ ଜଡ଼ିତ ଡିଭିସିଏମ୍ କ୍ୟାଡରର ତିନି ଜଣ ପୁରୁଷ ନକ୍ସଲଙ୍କ ମଧ୍ୟରେ ୮-୮ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ଅଶ୍ୱିନ ଓରଫ ଲଚ୍ଛୁ, ରଙ୍ଗା ଓରଫ ସୋହନ ଏବଂ ଦୋବା ମାଡ଼ଭୀ ଓରଫ ରାହତ ଅଛନ୍ତି। ଏହାଛଡ଼ା କୋଲ୍ହାନ ଏରିଆ କମିଟିର ସଦସ୍ୟ ଏବଂ ୫-୫ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ଫଗନୀ ପୋୟାମ ଓରଫ ରଜନୀ, ସୂରଜ ମୁନ୍ନୀ ଚମ୍ପିଆ ଓରଫ ସୁବନୀ, ହିଡ଼ମେ କଡ଼ତୀ ଓରଫ ରୀତା, ବୁଧରୀ କୁଞ୍ଜାମ ଓରଫ ଅନୁଷା ଏବଂ ସଲମୀ ଚମ୍ପିଆ ଓରଫ ଜିଲାନୀ ମଧ୍ୟ ଅଛନ୍ତି।
ସମସ୍ତ କ୍ୟାଡର ଦୀର୍ଘ ଦିନ ଧରି ନିଷିଦ୍ଧ ନକ୍ସଲ ସଂଗଠନ ସହ ଜଡ଼ିତ ରହି ଝାରଖଣ୍ଡର ବିଭିନ୍ନ ଅଂଚଳରେ ସକ୍ରିୟ ଥିଲେ। ସୁରକ୍ଷା ବାହିନୀର ବଢ଼ୁଥିବା ଚାପ, ସଂଗଠନର ଦୁର୍ବଳ ସ୍ଥିତି, ପୂର୍ବତନ ନକ୍ସଲମାନଙ୍କ ସଫଳ ପୁନର୍ବାସ ଏବଂ ଆଦିବାସୀ ଅଂଚଳରେ ଦ୍ରୁତ ଗତିରେ ହେଉଥିବା ବିକାଶ କାର୍ଯ୍ୟ ଦ୍ୱାରା ପ୍ରଭାବିତ ହୋଇ ସେମାନେ ମୁଖ୍ୟଧାରାକୁ ଫେରିବାର ନିଷ୍ପତି ନେଇଛନ୍ତି।
ପୋଲିସ ଅଧୀକ୍ଷକ ଉମେଶ କୁମାର ଗୁପ୍ତା କହିଛନ୍ତି ଯେ, ଆତ୍ମସମର୍ପଣ କରିଥିବା ସମସ୍ତ ୮ ଜଣ ନକ୍ସଲଙ୍କୁ ସରକାରଙ୍କ ନକ୍ସଲ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତି ଅନୁସାରେ ଆର୍ôଥକ ସହାୟତା, କୌଶଳ ବିକାଶ ପ୍ରଶିକ୍ଷଣ, ବାସସ୍ଥାନ, ଶିକ୍ଷା, ସ୍ୱରୋଜଗାର ଏବଂ ରୋଜଗାର ସମ୍ବନ୍ଧୀୟ ସୁବିଧା ଯୋଗାଇ ଦିଆଯିବ। ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ସେମାନଙ୍କର ସମ୍ମାନଜନକ ପୁନର୍ବାସ ପାଇଁ ସହଯୋଗ ମଧ୍ୟ କରାଯିବ।
ସୁରକ୍ଷା ବାହିନୀ ୨୮ ଜୁଲାଇ ବିଳମ୍ବିତ ରାତିରେ ଧନବାଦ-ଗିରିଡିହ ସୀମାରେ ମିଳିତ ଅଭିଯାନ ଚଳାଇ ନକ୍ସଲ ସଂଗଠନର ଶେଷ ସକ୍ରିୟ ପଲିଟ୍ ବ୍ୟୁରୋ ଏବଂ ସେଂଟ୍ରାଲ୍ କମିଟି ସଦସ୍ୟ ମିସିର ବେସରା ଓରଫ ଭାସ୍କରଙ୍କୁ ସେତେବେଳେ ଗିରଫ କରିଥିଲେ, ଯେତେବେଳେ ସେ ନିଜ ସାଥୀମାନଙ୍କ ସହ ଗାଡ଼ିରେ ପଳାଇବାକୁ ଚେଷ୍ଟା କରୁଥିଲେ। ସୁରକ୍ଷା ଟିମ୍ମାନଙ୍କ ମତ ଅନୁଯାୟୀ, ଏହି ଗିରଫ ପରେ ନକ୍ସଲ ସଂଗଠନ ପ୍ରାୟ ସମାପ୍ତି ଆଡ଼କୁ ବଢ଼ୁଛି, ଯାହାଫଳରେ ଅନେକ ନକ୍ସଲ ମୁଖ୍ୟଧାରାକୁ ଫେରିବାକୁ ନିଷ୍ପତି ନେଉଛନ୍ତି।
---------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ