କୋଇଲା ବ୍ଲକ୍ ଆବଣ୍ଟନ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିରୋଧରେ ଅପରାଧିକ ମାମଲା ବନ୍ଦ
ନୂଆଦିଲ୍ଲୀ, ଜୁଲାଇ 29 (ହି.ସ): ସୁପ୍ରିମକୋର୍ଟ କୋଇଲା ବ୍ଲକ୍ ବଣ୍ଟନ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଡ଼. ମନମୋହନ ସିଂହଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲାକୁ ବନ୍ଦ କରିବାକୁ ଆଦେଶ ଦେଇଛନ୍ତି। ମୁଖ୍ୟ ନ୍ୟାୟାଧୀଶ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଥିବା ବେଞ୍ଚ କେନ୍ଦ୍ରୀୟ ତଦନ୍
सुप्रीम कोर्ट (फाइल फोटो)


ନୂଆଦିଲ୍ଲୀ, ଜୁଲାଇ 29 (ହି.ସ): ସୁପ୍ରିମକୋର୍ଟ କୋଇଲା ବ୍ଲକ୍ ବଣ୍ଟନ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଡ଼. ମନମୋହନ ସିଂହଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲାକୁ ବନ୍ଦ କରିବାକୁ ଆଦେଶ ଦେଇଛନ୍ତି। ମୁଖ୍ୟ ନ୍ୟାୟାଧୀଶ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଥିବା ବେଞ୍ଚ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ କ୍ଲୋଜର ରିପୋର୍ଟ ଦାଖଲ ହେବା ପରେ ଏହି ଆଦେଶ ଦେଇଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ଟ୍ରାୟାଲ କୋର୍ଟ ସିବିଆଇର କ୍ଲୋଜର ରିପୋର୍ଟକୁ ମଞ୍ଜୁର ନ କରିବା ପାଇଁ କୌଣସି ଯୁକ୍ତିସଙ୍ଗତ କାରଣ ନଥିଲା। ଅଦାଲତ ଆହୁରି କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦୁର୍ଭାଗ୍ୟଜନକ ଦେହାନ୍ତ ପରେ ତାଙ୍କ ଆବେଦନ ଉପରେ ଆଉ ଶୁଣାଣି କରିବାର କୌଣସି ଅର୍ଥ ନାହିଁ।

ଓଡ଼ିଶାର ତଳାବିରା–୨ କୋଇଲା ବ୍ଲକ୍ ବଣ୍ଟନ ଦୁର୍ନୀତି ମାମଲାରେ ରାଉଜ୍ ଆଭେନ୍ୟୁ କୋର୍ଟ ଡ଼. ମନମୋହନ ସିଂହଙ୍କ ସହ ଶିଳ୍ପପତି କୁମାର ମଙ୍ଗଳମ ବିଡ଼ଲା, ପୂର୍ବତନ କୋଇଲା ସଚିବ ପି. ସି. ପାରେଖ ଏବଂ ଅନ୍ୟ ତିନିଜଣଙ୍କୁ ଅଭିଯୁକ୍ତ ଭାବେ ସମନ ଜାରି କରିଥିଲେ। ପରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ହସ୍ତକ୍ଷେପ କରି ଟ୍ରାୟାଲ କୋର୍ଟଙ୍କ ସମନ ଆଦେଶ ଉପରେ ସ୍ଥଗିତାଦେଶ ଜାରି କରିଥିଲେ।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande