ଜେଏନ୍ୟୁ ଛାତ୍ରସଂଘର ପୂର୍ବତନ ସଭାପତି ଆଇଶୀ ଘୋଷଙ୍କ ବିରୋଧରେ ଜାରି ଅଣ-ଜାମିନଯୋଗ୍ୟ ୱାରେଂଟ ଉପରେ ରୋକ
ନୂଆଦିଲ୍ଲୀ, ୨୯ ଜୁଲାଇ (ହି.ସ.)- ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଜେଏନ୍ୟୁ ଛାତ୍ରସଂଘର ପୂର୍ବତନ ସଭାପତି ଏବଂ ଛାତ୍ର ସଂଗଠନ ଏସଏଫଆଇର ଯୁଗ୍ମ ସମ୍ପାଦିକା ଆଇଶୀ ଘୋଷଙ୍କ ବିରୋଧରେ ୨୦୨୧ ମସିହାରେ ଏକ ପ୍ରଦର୍ଶନ ସମୟରେ ରୁଜୁ ହୋଇଥିବା ଏଫଆଇଆର ମାମଲାରେ ଜାରି ହୋଇଥିବା ଅଣ-ଜାମିନଯୋଗ୍ୟ ୱାରେଂଟି ଉପରେ
ଜେଏନ୍ୟୁ ଛାତ୍ରସଂଘର ପୂର୍ବତନ ସଭାପତି ଆଇଶୀ ଘୋଷଙ୍କ ବିରୋଧରେ ଜାରି ଅଣ-ଜାମିନଯୋଗ୍ୟ ୱାରେଂଟ ଉପରେ ରୋକ


ନୂଆଦିଲ୍ଲୀ, ୨୯ ଜୁଲାଇ (ହି.ସ.)- ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଜେଏନ୍ୟୁ ଛାତ୍ରସଂଘର ପୂର୍ବତନ ସଭାପତି ଏବଂ ଛାତ୍ର ସଂଗଠନ ଏସଏଫଆଇର ଯୁଗ୍ମ ସମ୍ପାଦିକା ଆଇଶୀ ଘୋଷଙ୍କ ବିରୋଧରେ ୨୦୨୧ ମସିହାରେ ଏକ ପ୍ରଦର୍ଶନ ସମୟରେ ରୁଜୁ ହୋଇଥିବା ଏଫଆଇଆର ମାମଲାରେ ଜାରି ହୋଇଥିବା ଅଣ-ଜାମିନଯୋଗ୍ୟ ୱାରେଂଟି ଉପରେ ରୋକ ଲଗାଇଛନ୍ତି। ଜୁଡିସିଆଲ ମାଜିଷ୍ଟ୍ରେଟ ଫର୍ଷ୍ଟ କ୍ଲାସ ବିଜୟଶ୍ରୀ ରାଠୋର ପରବର୍ତୀ ଶୁଣାଣି ପର୍ଯ୍ୟନ୍ତ ଆଇଶୀ ଘୋଷଙ୍କ ବିରୋଧରେ ଅଣ-ଜାମିନଯୋଗ୍ୟ ୱାରେଂଟ ଉପରେ ରୋକ ଲଗାଇବାକୁ ଆଦେଶ ଦେଇଛନ୍ତି।

ଯାଚିକାରେ କୁହାଯାଇଥିଲା ଯେ ମାମଲାର ପୂର୍ବ ଶୁଣାଣି ଦିନ କେତେକ କାରଣବଶତଃ ଆଇଶୀ ଘୋଷ କୋର୍ଟରେ ଉପସ୍ଥିତ ହୋଇପାରିନଥିଲେ। କୋର୍ଟ ଆଇଶୀ ଘୋଷଙ୍କୁ ୩୦ ଜୁଲାଇରେ ବ୍ୟକ୍ତିଗତ ଭାବେ କୋର୍ଟରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଇଶୀ ଘୋଷଙ୍କ ପକ୍ଷରୁ ଉପସ୍ଥିତ ଓକିଲ କେଏନ୍ ଜୟଶଙ୍କର, ସୁଭାଷଚନ୍ଦ୍ରନ କେଆର ଏବଂ ଜୈମୋନ ଆଣ୍ଡ୍ର୍ୟୁଜ କହିଥିଲେ ଯେ ଅଣ-ଜାମିନଯୋଗ୍ୟ ୱାରେଂଟ ୧୧ ଏପ୍ରିଲରେ ଜାରି ହୋଇଥିଲା। ଏହି ୱାରେଂଟ କାର୍ଯ୍ୟକାରୀ କରାଯାଇନଥିଲା ଏବଂ କୁହାଯାଇଥିଲା ଯେ ସେ ଦିଆଯାଇଥିବା ଠିକଣାରେ ମିଳିନଥିଲେ। ତେବେ ତାଙ୍କୁ ଫୋନ ଯୋଗେ ଏହାର ସୂଚନା ଦିଆଯାଇଥିଲା। ଏହାପରେ କୋର୍ଟ ୩୦ ଜୁଲାଇରେ ଉପସ୍ଥିତ ହେବା ପାଇଁ ଅଣ-ଜାମିନଯୋଗ୍ୟ ୱାରେଂଟ ଜାରି କରିଥିଲେ।

ଏହି ମାମଲା ୨୦୨୧ ମସିହାରେ ଦିଲ୍ଲୀର ବଙ୍ଗ ଭବନରେ ହୋଇଥିବା ଏକ ପ୍ରଦର୍ଶନ ସମୟର, ଯେଉଁଥିରେ ଆଇଶୀ ଘୋଷଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତାର ଧାରା ୧୮୮ ଏବଂ ୪୪୭ ଅନୁଯାୟୀ ଏଫଆଇଆର ରୁଜୁ କରାଯାଇଥିଲା। ଆଇଶୀ ଘୋଷ ପଶ୍ଚିମବଙ୍ଗ ବିଧାନସଭାର ୨୦୨୧ ନିର୍ବାଚନରେ ସିପିଏମ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ, କିନ୍ତୁ ସେ ଏହି ନିର୍ବାଚନରେ ପରାଜିତ ହୋଇଥିଲେ। ଆଇଶୀ ଘୋଷ କକରୋଚ ଜନତା ପାର୍ଟିର ପ୍ରଦର୍ଶନରେ ପ୍ରଥମ ଦିନରୁ ହିଁ ଅଂଶଗ୍ରହଣ କରିଥିଲେ।

--------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande