ମହମ୍ମଦ ଅଲି ଜୌହର ବିଶ୍ୱବିଦ୍ୟାଳୟର ଭବନଗୁଡ଼ିକୁ ଭାଙ୍ଗିବା ସମ୍ପର୍କିତ ଯାଚିକା ପ୍ରତ୍ୟାହାର ଆଧାରରେ କୋର୍ଟ କଲେ ଖାରଜ
ପ୍ରୟାଗରାଜ, ୨୯ ଜୁଲାଇ (ହି.ସ.)- ଇଲାହାବାଦ ଉଚ୍ଚ ନ୍ୟାୟାଳୟ ବୁଧବାର ରାମପୁରସ୍ଥିତ ମୌଲାନା ମହମ୍ମଦ ଅଲି ଜୌହର ବିଶ୍ୱବିଦ୍ୟାଳୟର ତିନି ଦର୍ଜନ ଭବନକୁ ଭାଙ୍ଗିବା ଆଦେଶ ବିରୋଧରେ ଦାଖଲ ହୋଇଥିବା ଯାଚିକାକୁ ପ୍ରତ୍ୟାହାର କରାଯାଇଥିବା ଆଧାରରେ ଖାରଜ କରିଦେଇଛନ୍ତି। ଏହି ଆଦେଶ ନ୍ୟାୟମୂର୍ତି ମହେଶ ଚନ୍
ମହମ୍ମଦ ଅଲି ଜୌହର ବିଶ୍ୱବିଦ୍ୟାଳୟର ଭବନଗୁଡ଼ିକୁ ଭାଙ୍ଗିବା ସମ୍ପର୍କିତ ଯାଚିକା ପ୍ରତ୍ୟାହାର ଆଧାରରେ କୋର୍ଟ କଲେ ଖାରଜ


ପ୍ରୟାଗରାଜ, ୨୯ ଜୁଲାଇ (ହି.ସ.)- ଇଲାହାବାଦ ଉଚ୍ଚ ନ୍ୟାୟାଳୟ ବୁଧବାର ରାମପୁରସ୍ଥିତ ମୌଲାନା ମହମ୍ମଦ ଅଲି ଜୌହର ବିଶ୍ୱବିଦ୍ୟାଳୟର ତିନି ଦର୍ଜନ ଭବନକୁ ଭାଙ୍ଗିବା ଆଦେଶ ବିରୋଧରେ ଦାଖଲ ହୋଇଥିବା ଯାଚିକାକୁ ପ୍ରତ୍ୟାହାର କରାଯାଇଥିବା ଆଧାରରେ ଖାରଜ କରିଦେଇଛନ୍ତି।

ଏହି ଆଦେଶ ନ୍ୟାୟମୂର୍ତି ମହେଶ ଚନ୍ଦ୍ର ତ୍ରିପାଠୀ ଏବଂ ନ୍ୟାୟମୂର୍ତି କୁଣାଲ ରବି ସିଂହଙ୍କ ଖଣ୍ଡପୀଠ ପ୍ରଦାନ କରିଛନ୍ତି। ଯାଚିକାକାରୀଙ୍କ ପକ୍ଷରୁ ନ୍ୟାୟାଳୟକୁ କୁହାଯାଇଥିଲା ଯେ ମୋରାଦାବାଦର ମଣ୍ଡଳାୟୁକ୍ତଙ୍କ ଅଦାଲତ ଭଙ୍ଗା କାର୍ଯ୍ୟ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଏହା ଉପରେ କୋର୍ଟ କହିଥିଲେ ଯେ ବର୍ତମାନ ଯାଚିକା ଶୁଣାଣି ପାଇଁ ପୋଷଣୀୟ ନୁହେଁ। ଏହାପରେ ଯାଚିକାକାରୀଙ୍କ ଓକିଲ ଯାଚିକା ପ୍ରତ୍ୟାହାର ପାଇଁ ଅନୁରୋଧ କରିଥିଲେ, ଯାହା ପରେ କୋର୍ଟ ଯାଚିକା ପ୍ରତ୍ୟାହାର ଆଧାରରେ ତାହାକୁ ଖାରଜ କରିଦେଇଥିଲେ।

ଯାଚିକାରେ ଜୌହର ବିଶ୍ୱବିଦ୍ୟାଳୟର ୩୮ଟି ଭବନକୁ ଭାଙ୍ଗିବା ପାଇଁ ରାମପୁର ବିକାଶ ପ୍ରାଧିକରଣଙ୍କ ଗତ ୧୫ ଜୁଲାଇର ଆଦେଶକୁ ବାତିଲ କରିବାକୁ ଦାବି କରାଯାଇଥିଲା।

------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande