ବାଘ ସଂରକ୍ଷଣରେ ବିଶ୍ୱରେ ଭାରତ ନମ୍ବର-୧, ଦେଶରେ ୩,୬୮୨ ବାଘ
ନୂଆଦିଲ୍ଲୀ, ୨୯ ଜୁଲାଇ (ହି.ସ.)- କେନ୍ଦ୍ରୀୟ ପରିବେଶ ଓ ଜଙ୍ଗଲମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ, ବାଘ ସଂରକ୍ଷଣ କ୍ଷେତ୍ରରେ ଭାରତ ନିଜର ବିଶ୍ୱସ୍ତରୀୟ ନେତୃତ୍ୱ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ବର୍ତମାନ ବିଶ୍ୱର ପ୍ରାୟ ୭୫ ପ୍ରତିଶତ ବାଘ ଭାରତରେ ରହିଛନ୍ତି। ସଦ୍ୟତମ ତଥ୍ୟ ଅନୁସାରେ, ଭାରତର
ବାଘ ସଂରକ୍ଷଣରେ ବିଶ୍ୱରେ ଭାରତ ନମ୍ବର-୧, ଦେଶରେ ୩,୬୮୨ ବାଘ


ନୂଆଦିଲ୍ଲୀ, ୨୯ ଜୁଲାଇ (ହି.ସ.)- କେନ୍ଦ୍ରୀୟ ପରିବେଶ ଓ ଜଙ୍ଗଲମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ, ବାଘ ସଂରକ୍ଷଣ କ୍ଷେତ୍ରରେ ଭାରତ ନିଜର ବିଶ୍ୱସ୍ତରୀୟ ନେତୃତ୍ୱ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ବର୍ତମାନ ବିଶ୍ୱର ପ୍ରାୟ ୭୫ ପ୍ରତିଶତ ବାଘ ଭାରତରେ ରହିଛନ୍ତି। ସଦ୍ୟତମ ତଥ୍ୟ ଅନୁସାରେ, ଭାରତରେ ବାଘଙ୍କ ସଂଖ୍ୟା ୩,୬୮୨ରେ ପହଂଚିଛି, ଯେଉଁମାନେ ଦେଶର ୫୮ଟି ଟାଇଗର ରିଜର୍ଭରେ ବିସ୍ତାରିତ ଅଛନ୍ତି। ଆନ୍ତର୍ଜାତୀୟ ବାଘ ଦିବସ ଅବସରରେ ବୁଧବାର ଏକ୍ସ ପୋଷ୍ଟରେ ଯାଦବ କହିଥିଲେ ଯେ, ବାଘଙ୍କ ବଢ଼ୁଥିବା ସଂଖ୍ୟା ଭାରତର ଜଙ୍ଗଲର ଉନ୍ନତ ସ୍ଥିତି ଏବଂ ବନ୍ୟଜନ୍ତୁ ସଂରକ୍ଷଣ ପ୍ରତି ନିରନ୍ତର କରାଯାଉଥିବା ପ୍ରୟାସର ପ୍ରମାଣ। ଏହି ସଫଳତା ଦର୍ଶାଉଛି ଯେ, ଦେଶରେ ସଂରକ୍ଷଣ ସମ୍ବନ୍ଧୀୟ ନୀତି ଏବଂ ପଦକ୍ଷେପଗୁଡ଼ିକ ପ୍ରଭାବଶାଳୀ ରହିଛି।

ସେ କହିଥିଲେ ଯେ, ବାଘ ଏବଂ ସେମାନଙ୍କର ପ୍ରାକୃତିକ ବାସସ୍ଥାନର ସୁରକ୍ଷା ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଆଗକୁ ମଧ୍ୟ ଜାରି ରହିବ। ଜଙ୍ଗଲ ସହ ଜଡ଼ିତ ସ୍ଥାନୀୟ ସମୁଦାୟମାନଙ୍କର ଜୀବିକାକୁ ସଶକ୍ତ କରିବା ଏବଂ ସେମାନଙ୍କର ସ୍ୱାର୍ଥର ସୁରକ୍ଷା ପାଇଁ ମଧ୍ୟ ନିରନ୍ତର ପ୍ରୟାସ କରାଯିବ।

---------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande