
ଭୁବନେଶ୍ୱର, ୧୦ ଅଗଷ୍ଟ (ହି.ସ) - ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା, ଯଶୋବନ୍ତ ଜେଠୱାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି କରାଯାଇଛି। ରାଜ୍ୟ ସରକାର ଉଭୟଙ୍କୁ ଏଡିଜିରୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ପଦୋନ୍ନତି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ସୂଚନାଯୋଗ୍ୟ ଯେ ଆସନ୍ତା ୧୬ ତାରିଖରେ ବର୍ତମାନର ଡିଜିପି ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା