ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନିଆରା ପ୍ରୟାସ “ବସ୍ତ୍ର ଉପହାର କେନ୍ଦ୍ର”ଆରମ୍ଭ
ମାଲକାନଗିରି, ୧୦ ଅଗଷ୍ଟ (ହି.ସ.)- ଜିଲ୍ଲା ପ୍ରଶାସନ, ମାଲକାନଗିରି ପକ୍ଷରୁ ଏକ ନିଆରା ପ୍ରୟାସ “ବସ୍ତ୍ର ଉପହାର କେନ୍ଦ୍ର” (ବସ୍ତ୍ର ସହାୟତା କାର୍ଯ୍ୟକ୍ରମ) ଆରମ୍ଭ କରାଯାଇଛି। ଆପଣଙ୍କ ଘରେ ପଡ଼ିଥିବା ବ୍ୟବହାରଯୋଗ୍ୟ ପୁରୁଣା କିମ୍ବା ନୂଆ ପୋଷାକ ଏଠାରେ ଦାନ କରି ଅନ୍ୟମାନଙ୍କ ମୁହଁରେ ହସ ଫୁଟାନ୍ତୁ।
ଜିଲ୍ଲା ପ୍ରଶାସନ,  ପକ୍ଷରୁ ଏକ ନିଆରା ପ୍ରୟାସ “ବସ୍ତ୍ର ଉପହାର କେନ୍ଦ୍ର”ଆରମ୍ଭ


ମାଲକାନଗିରି, ୧୦ ଅଗଷ୍ଟ (ହି.ସ.)- ଜିଲ୍ଲା ପ୍ରଶାସନ, ମାଲକାନଗିରି ପକ୍ଷରୁ ଏକ ନିଆରା ପ୍ରୟାସ “ବସ୍ତ୍ର ଉପହାର କେନ୍ଦ୍ର” (ବସ୍ତ୍ର ସହାୟତା କାର୍ଯ୍ୟକ୍ରମ) ଆରମ୍ଭ କରାଯାଇଛି। ଆପଣଙ୍କ ଘରେ ପଡ଼ିଥିବା ବ୍ୟବହାରଯୋଗ୍ୟ ପୁରୁଣା କିମ୍ବା ନୂଆ ପୋଷାକ ଏଠାରେ ଦାନ କରି ଅନ୍ୟମାନଙ୍କ ମୁହଁରେ ହସ ଫୁଟାନ୍ତୁ। ବସ୍ତ୍ର ଦାନ କରନ୍ତୁ: ଆପଣଙ୍କ ପାଖରେ ଥିବା ପୁରୁଣା କିନ୍ତୁ ପରିଷ୍କାର ବସ୍ତ୍ର ଏଠାରେ ଦାନ କରନ୍ତୁ। ନିଜ ପସନ୍ଦର ପୋଷାକ ବାଛନ୍ତୁ: ଆବଶ୍ୟକତା ଅନୁଯାୟୀ ଲୋକମାନେ ନିଜ ପସନ୍ଦ ଓ ମାପ ମୁତାବକ ପରିଷ୍କାର ପୋଷାକ ମାଗଣାରେ କିମ୍ବା ସ୍ଵଳ୍ପ ମୂଲ୍ୟରେ ନେଇପାରିବେ। ମାନବତାର ସେବା: ଆପଣଙ୍କର ସାମାନ୍ୟ ସହଯୋଗ ଅନ୍ୟମାନଙ୍କ ଜୀବନରେ ଏକ ନୂତନ ପ୍ରେରଣା ସାଜିବ।

ସହଯୋଗ କରନ୍ତୁ, ସମ୍ମାନ କରନ୍ତୁ, ମାନବତା ବଞ୍ଚାନ୍ତୁ। ଜିଲ୍ଲା ପରିଷଦ କାର୍ଯ୍ୟାଳୟ, ମାଲକାନଗିରି ଠାରେ ହୋଇଥିବା ଏହି ବସ୍ତ୍ର ଦାନ କେନ୍ଦ୍ରରେ

ପୋଷାକ ଦାନ କରିବା ପାଇଁ ୮୮୯୫୨୩୭୮୭୧ ଓ ୯୪୩୭୯୫୧୭୪୬ ନମ୍ବରରେ ଯୋଗାଯୋଗ କରିବା ପାଇଁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande