ଅଗ୍ନିମାନ୍ଦ୍ୟ ସଚେତନା ଓ ସ୍ଵାସ୍ଥ୍ୟ ଶିବିର
ଗଂଜାମ, 10 ଅଗଷ୍ଟ (ହି.ସ.) ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଅଗ୍ନିମାନ୍ଦ୍ୟ ରୋଗ ସଚେତନ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ବର୍ଷା ରୁତୁରେ ଥଣ୍ଡା ଓ କଫ ବଢି, ତୀକ୍ଷ୍ଣ ଓ ବେଦନା ନାଶକ ଔଷଧ ସେବନ,
Adfgghj


ଗଂଜାମ, 10 ଅଗଷ୍ଟ (ହି.ସ.) ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଅଗ୍ନିମାନ୍ଦ୍ୟ ରୋଗ ସଚେତନ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ବର୍ଷା ରୁତୁରେ ଥଣ୍ଡା ଓ କଫ ବଢି, ତୀକ୍ଷ୍ଣ ଓ ବେଦନା ନାଶକ ଔଷଧ ସେବନ, ଚିନ୍ତା, ଦୁଃଖ ଦ୍ଵାରା ଆମାଶୟ ଶୋଥ ହୋଇ ଅଗ୍ନିମାନ୍ଦ୍ୟ ହୁଏ। ଜଠରାଗ୍ନି, ସପ୍ତଧାତୁ ଅଗ୍ନି ସୁସ୍ଥ ରହିଲେ ହିଁ ଆମ ଶାରୀରିକ କ୍ରିୟା ସବୁ ଠିକ୍ ହେବ ଓ ଆମେ ସୁସ୍ଥ ରହିବା ଏଣୁ ଅଗ୍ନିକୁ ସୁସ୍ଥ ରଖିବା ଉଚିତ। ଅଗ୍ନିମାନ୍ଦ୍ୟ ହେଲେ ଅରୁଚି, ଲାଳସ୍ରାବ, ଆଳସ୍ୟ, ପେଟ ଭାରି, କୋଷ୍ଠବଦ୍ଧ ଓ ବିରକ୍ତି ଆଦି ଲକ୍ଷଣ ପ୍ରକାଶ ପାଏ। ହରିଡା,ସୈନ୍ଧବ, ଶୁଣ୍ଠି, ଜୁଆଣି, ପିପ୍ପଳୀ, ଗୋଲମରିଚ, ହିଙ୍ଗୁ ଖାଇଲେ ଭଲ ହୁଏ।

ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande