ଆସାମରେ ବନ୍ୟା କ୍ଷୟକ୍ଷତିର ଆକଳନ ଆରମ୍ଭ, ଉପର ଆସାମର ଚାରୋଟି ଜିଲ୍ଲାର ଲୋକ ପ୍ରଭାବିତ
ଗୌହାଟୀ, ଅଗଷ୍ଟ 10 (ହି.ସ)। ଆସାମ ସରକାର ରାଜ୍ୟରେ ବନ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ ଆରମ୍ଭ କରିଛନ୍ତି। ଉପର ଆସାମର ଶିବସାଗର, ଚରାଇଦେଓ, ଜୋରହାଟ ଜିଲ୍ଲାର ଲୋକଙ୍କ ସାଧାରଣ ଜୀବନ ଏବେ ବି ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅଗଷ୍ଟ 9 ତାରିଖ ସୁଦ୍ଧା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃ
असमः बाढ़ प्रभावितों का आंकड़ा एकत्र किये जाने का दृश्य


ଗୌହାଟୀ, ଅଗଷ୍ଟ 10 (ହି.ସ)। ଆସାମ ସରକାର ରାଜ୍ୟରେ ବନ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ ଆରମ୍ଭ କରିଛନ୍ତି। ଉପର ଆସାମର ଶିବସାଗର, ଚରାଇଦେଓ, ଜୋରହାଟ ଜିଲ୍ଲାର ଲୋକଙ୍କ ସାଧାରଣ ଜୀବନ ଏବେ ବି ଗୁରୁତର ଭାବେ ପ୍ରଭାବିତ ହୋଇଛି।

ଅଗଷ୍ଟ 9 ତାରିଖ ସୁଦ୍ଧା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ତଥ୍ୟ ଅନୁଯାୟୀ, ଧନସିରି ନଦୀ (ନୁମାଲିଗଡ଼ ଏବଂ ଗୋଲାଘାଟ) ଏବଂ କୁଶିୟାରା ନଦୀ (ଶ୍ରୀଭୂମି) ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ରବିବାର ଦିନ ଗୋଲାଘାଟ ଜିଲ୍ଲାରେ ଗୋଟିଏ ଏବଂ କାର୍ବି ଆଙ୍ଗଲୋଙ୍ଗ ଜିଲ୍ଲାରେ ଗୋଟିଏ ମୃତଦେହ ଉଦ୍ଧାର କରାଯାଇଥିଲା। ଏହାଦ୍ୱାରା ରାଜ୍ୟରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା 101ରେ ପହଞ୍ଚିଛି।

ବର୍ତ୍ତମାନ 10ଟି ଜିଲ୍ଲା ଯଥା ଗୋଲାଘାଟ, ଶିବସାଗର, ହୋଜାଇ, ଦାରଙ୍ଗ, ଲଖିମପୁର, ଜୋରହାଟ, କାର୍ବି ଆଙ୍ଗଲୋଙ୍ଗ, ଚରାଇଦେଓ, ନାଗାଓଁ ଏବଂ ବିଶ୍ୱନାଥ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏହି 10ଟି ଜିଲ୍ଲାର 28ଟି ରାଜସ୍ୱ ସର୍କଲର ମୋଟ 456ଟି ଗ୍ରାମ ପ୍ରଭାବିତ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ମୋଟ 13,7290 ଜଣ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ହେକ୍ଟର ହେକ୍ଟର କୃଷିଜମି ଜଳମଗ୍ନ ହୋଇ ରହିଛି।

ରାଜ୍ୟ ସରକାର ଏବେବି ପ୍ରଭାବିତ ଲୋକଙ୍କ ପାଇଁ 52ଟି ରିଲିଫ କ୍ୟାମ୍ପ ଏବଂ 73ଟି ରିଲିଫ ବଣ୍ଟନ କେନ୍ଦ୍ର ସମେତ ମୋଟ 125ଟି ଶିବିରର ରକ୍ଷଣାବେକ୍ଷଣ କରୁଛନ୍ତି। 8, 000 ଲୋକ ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। 41061 ଅଣ-ଶିବିର ବାସିନ୍ଦା ବଣ୍ଟନ କେନ୍ଦ୍ରରେ ରିଲିଫ ପାଉଛନ୍ତି।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande