ଲଖନପୁରରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି
Collector grievance at Lakhanpur
Collector grievance


ଝାରସୁଗୁଡ଼ା, ୧୦ ଅଗଷ୍ଟ (ହି.ସ.)- ଲଖନପୁର ବ୍ଲକ୍ ମୁଖ୍ୟାଳୟ ପରିସରରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟାରେ ସାଧାରଣ ଜନତା ସେମାନଙ୍କର ବିଭିନ୍ନ ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦିନସାରା ଚାଲିଥିବା ଏହି ଶୁଣାଣି ପ୍ରକ୍ରିୟାରେ ସର୍ବମୋଟ ୩୯ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ପ୍ରାପ୍ତ ଅଭିଯୋଗଗୁଡ଼ିକ ମଧ୍ୟରୁ ୨୭ ଟି ବ୍ୟକ୍ତିଗତ ସମସ୍ୟା ଆଧାରିତ ହୋଇଥିବା ବେଳେ ୧୨ଟି ସାମୂହିକ ସମସ୍ୟା ସମ୍ବନ୍ଧୀୟ ଥିଲା। ଏହି ଶିବିରରେ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କ ଆବେଦନ, ଜମିଜମା ବିବାଦ, ସରକାରୀ ଜମି ଆବଣ୍ଟନ, ଗ୍ରାମାଞ୍ଚଳରେ ରାସ୍ତାଘାଟ ନିର୍ମାଣ, ବିଦ୍ୟୁତ୍ ବିଲ୍ ସଂକ୍ରାନ୍ତୀୟ ତ୍ରୁଟି ଏବଂ ବିଦ୍ୟାଳୟ କୋଠା ଓ ଶ୍ରେଣୀଗୃହ ନିର୍ମାଣ ଆଦି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇଥିଲା। ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ଜାତୀୟ ପରିବାର କଲ୍ୟାଣ ଯୋଜନା ଅଧୀନରେ ଜଣେ ଆବେଦନକାରୀଙ୍କୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ସିଡିଓ-କମ୍-ଇଓ ବିଶ୍ୱ ରଞ୍ଜନ ନାୟକ, ଉପ-ଜିଲ୍ଲାପାଳ, ଲଖନପୁର ବିଡ଼ିଓ, ତହସିଲଦାର, ଯୁଗ୍ମ ଅଭିଯୋଗ ଶୁଣାଣିର ସହକାରୀ ଜିଲ୍ଲାପାଳ ଏବଂ ବ୍ରଜରାଜନଗର ଏସଡିପିଓ ପ୍ରମୁଖ ଉପସ୍ଥିତ ରହିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande