ଜିଲ୍ଲାପାଳଙ୍କ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଇଲି ଘୋଘର ପରିଦର୍ଶନ
Collector visit Koiligughar
Collector visit


ଝାରସୁଗୁଡ଼ା, ୧୦ ଅଗଷ୍ଟ (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଆଜି ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ଓ ଆଧ୍ୟାତ୍ମିକ ପୀଠ 'କୋଇଲି ଘୋଘର' ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ଲଖନପୁର ବ୍ଲକ ଉନ୍ନୟନ ଅଧିକାରୀ ଏବଂ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ପ୍ରମୁଖ ଜିଲ୍ଲାପାଳଙ୍କ ସହିତ ଉପସ୍ଥିତ ଥିଲେ। ପରିଦର୍ଶନ କାଳରେ ଜିଲ୍ଲାପାଳ କୋଇଲି ଘୋଘର ପୀଠର ସମଗ୍ର ପରିସର ବୁଲି ଦେଖିବା ସହ ବର୍ତ୍ତମାନ ଥିବା ଭିତ୍ତିଭୂମି ଓ ପର୍ଯ୍ୟଟକଙ୍କ ପାଇଁ ଉଦ୍ଦିଷ୍ଟ ବ୍ୟବସ୍ଥା ଗୁଡ଼ିକର ଅନୁଧ୍ୟାନ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟଟନର ଅଧିକ ବିକାଶ, ସୌନ୍ଦର୍ଯ୍ୟକରଣ ଏବଂ ପର୍ଯ୍ୟଟକମାନଙ୍କୁ ଆବଶ୍ୟକୀୟ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ କେଉଁସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ, ସେ ନେଇ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରି ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋଇଲି ଘୋଘରକୁ ଏକ ପ୍ରମୁଖ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ିତୋଳିବା ସହ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande