ଜିଲ୍ଲାପାଳଙ୍କ ଲଖନପୁର ବ୍ଲକର ମହୁଲପାଲି ସେତୁ ପରିଦର୍ଶନ
Collector visit Mahulpali setu
Mahulpali setu


ଝାରସୁଗୁଡ଼ା, ୧୦ ଅଗଷ୍ଟ (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଆଜି ଲଖନପୁର ବ୍ଲକ ଅନ୍ତର୍ଗତ କଣ୍ଢେଇକେଲା ନିକଟସ୍ଥ ନୂତନ ଭାବେ ନିର୍ମିତ ମହୁଲପାଲି ସେତୁ ପରିଦର୍ଶନ କରିଛନ୍ତି। ମହାନଦୀ ଉପରେ ନିର୍ମିତ ଏହି ପ୍ରମୁଖ ସେତୁଟି ଝାରସୁଗୁଡ଼ା ଜିଲ୍ଲାକୁ ବରଗଡ଼ ଜିଲ୍ଲା ସହିତ ସିଧାସଳଖ ଯୋଡ଼ୁଥିବାରୁ ଏହା ଅଞ୍ଚଳର ଯୋଗାଯୋଗ ଓ ଗମନାଗମନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଅଛି। ସେତୁ ନିର୍ମାଣ ସମୟରେ ବର୍ଜ୍ୟବସ୍ତୁ ତଥା ଅସ୍ଥାୟୀ ନିର୍ମାଣ ନଦୀର ଶଯ୍ୟାରୁ ଏବେ ପର୍ଯ୍ୟନ୍ତ କଢା ଯାଇ ନଥିବାରୁ ଜଳ ପ୍ରବାହର ଦିଗ ପରିବର୍ତ୍ତନ ହୋଇ ନିକଟରେ ଥିବା ବୃହତ୍ ଉଠା ଜଳ ପ୍ରକଳ୍ପକୁ ପ୍ରଭାବିତ କରୁଥିବାରୁ ବରଗଡ଼ର ଅଧୀକ୍ଷଣ ଯନ୍ତ୍ରୀଙ୍କ ସହ ଜିଲ୍ଲାପାଳ ଆଲୋଚନା କରି ତୁରନ୍ତ ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି।

ଏହି ଗସ୍ତ ସମୟରେ ଲଖନପୁର ବ୍ଲକ ଉନ୍ନୟନ ଅଧିକାରୀ ବିନୟ କୁମାର ପଟେଲ ଜିଲ୍ଲାପାଳଙ୍କ ସହିତ ଉପସ୍ଥିତ ଥିଲେ। ପରିଦର୍ଶନ କାଳରେ ଜିଲ୍ଲାପାଳ ମହୁଲପାଲି ବ୍ରିଜ୍ ର ସ୍ଥିତି ଏବଂ ମହାନଦୀ ନିକଟସ୍ଥ ଅଞ୍ଚଳର ମଧ୍ୟ ସମୀକ୍ଷା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande