କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର : ୧୧୦ଟି ବିଭିନ୍ନ ଅଭିଯୋଗ ଶୁଣିଲେ
Collector and all Officers Greavance in K. Nuangaon Block
ଫୋଟ ୨


ଫୋଟ


କନ୍ଧମାଳ, ୧୦ ଅଗଷ୍ଟ(ହି.ସ.) – କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ସଭା ଗୃହରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବେଦ ଭୂଷଣ ଏହି ବ୍ଲକର ୧୪ ପଂଚାୟତର ସାଧାରଣ ଲୋକଙ୍କ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ସମ୍ପର୍କିତ ୧୧୦ ଟି ଅଭିଯୋଗ ଶୁଣି ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଶିବିରରେ ୮୩ ଟି ବ୍ୟକ୍ତିଗତ ଓ ୨୭ ଟି ଗୋଷ୍ଠୀଗତ ବିଭିନ୍ନ ସମସ୍ୟା ସମ୍ବଳିତ ଅଭିଯୋଗ ଆସିଥିଲା। ଏଥିରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ରମେନ୍ଦ୍ର ପ୍ରସାଦ,ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶମ୍ଭୁନାଥ ନନ୍ଦୀ, ପ୍ରୋବେସନାଲ ଆଇଏଏସ୍ ଜସକରନ ସିଂ,ବାଲିଗୁଡ଼ା ଆଇଟିଡିଏର ପିଏ କୃପାସିନ୍ଧୁ ବେହେରା,ସିଡିଏମଓ ଡା ଅଭୟ କୁମାର ସାହୁ ପ୍ରମୁଖ ଯୋଗ ଦେଇ ସମସ୍ୟା ସମାଧାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଗଣ ଯୋଗ ଦେଇ ଥିବା ବେଳେ ବ୍ଲକର ଗୋଷ୍ଟୀ ଉନ୍ନୟନ ଅଧିକାରୀ ଶୁଭ୍ରାଞ୍ଜଳି ପ୍ରଧାନ, ତହସିଲଦାର ସମୀର ପାଇକରାୟ , ସହକାରୀ ନୀର୍ବାହୀ ଯନ୍ତ୍ରୀ ଇଂ ଶୁଭମ୍ ମହାପାତ୍ର ତଦାରଖ କରିଥିଲେ। ବ୍ଲକର ସିପି ରାକେଶ କୁମାର ସାହୁଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande