ସ୍ବର୍ଗଦ୍ବାରରେ ଅଧିକ କାଠ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
ପୁରୀ, ୧୦ ଅଗଷ୍ଟ (ହି.ସ.)- ପୁରୀ ମହାନଗରରେ ଥିବା ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସୋମବାର ପୂର୍ବାହ୍ନରେ ସ୍ବର୍ଗଦ୍ବାରରେ ଅଧିକ ଜାଳେଣି କାଠ ଯୋଗାଇଦେବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ କରିଥିଲେ । ସ୍ବର୍ଗଦ୍ବାରରେ ଶବ ଘଣ୍ଟା ଘଣ
ସ୍ବର୍ଗଦ୍ବାରରେ ଅଧିକ କାଠ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର


ପୁରୀ, ୧୦ ଅଗଷ୍ଟ (ହି.ସ.)- ପୁରୀ ମହାନଗରରେ ଥିବା ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସୋମବାର ପୂର୍ବାହ୍ନରେ ସ୍ବର୍ଗଦ୍ବାରରେ ଅଧିକ ଜାଳେଣି କାଠ ଯୋଗାଇଦେବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ କରିଥିଲେ । ସ୍ବର୍ଗଦ୍ବାରରେ ଶବ ଘଣ୍ଟା ଘଣ୍ଟା ଧରି କାଠକୁ ଅପେକ୍ଷା କରୁଛି । ଯେତିକି କାଠ ଯୋଗାଣ ହେଉଛି ତାହା ପର୍ଯ୍ଯାପ୍ତ ହେଉନାହିଁ । ମହିଳା ସଂଗଠନ ସଙ୍ଗଶ୍ରୀ ଫାଉଣ୍ଡେସନ ସ୍ବର୍ଗଦ୍ବାରରେ ଅଧିକ କାଠ ଯୋଗାଇଦେବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛି । ହିନ୍ଦୁ ଧର୍ମ ଲୋକଙ୍କ ବିଶ୍ୱାସ ରହିଛି ସ୍ବର୍ଗଦ୍ବାରରେ ଶବ ସଂସ୍କାର କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ । ପ୍ରତିଦିନ ୨ଶହରୁ ଉର୍ଦ୍ଧ୍ବ ଶବ ପିଣ୍ଡି ଓ ତଳେ ଦୟନୀୟ ଅବସ୍ଥାରେ ପଡି ରହୁଛି । କର୍ମଚାରୀମାନଙ୍କ ରୁକ୍ଷ ବ୍ଯବହାର ଶବ ସାଥିରେ ଆସିଥିବା ଆତ୍ମୀୟ ମାନଙ୍କୁ ଅତିଷ୍ଠ କରୁଛି । ସ୍ବର୍ଗଦ୍ବାର ପରିଚାଳନା ପାଇଁ ନୂଆ କମିଟି ଗଠନ, ସ୍ବର୍ଗଦ୍ବାର ଭିତର ସଫା କରିବା ପାଇଁ ଦାବି ହୋଇଛି ।

ଏହି ଦାବିପତ୍ର ପ୍ରଦାନ ସମୟରେ ଟ୍ରଷ୍ଟର ନିର୍ଦ୍ଦେଶିକା ଅରୁଣିମା ନନ୍ଦ, ସଭାନେତ୍ରୀ ରତ୍ନମଣୀ ନାୟକ, ସମ୍ପାଦିକା ପଦ୍ମିନୀ ବେହେରା, ସହ ସମ୍ପାଦିକା ମମତା ମିଶ୍ର, ସଂଯୋଜିକା ବିଚିତ୍ରା ମିଶ୍ର, ପ୍ରିୟଦର୍ଶିନୀ ମହାପାତ୍ର, ଭାରତୀ ମହାନ୍ତି, ସଂଘମିତ୍ରା ପଟ୍ଟନାୟକ, ମାମି ଦାସ, ଗିତିଶ୍ରୀ ଦେବୀ, ପୂଜା ପ୍ରଧାନ, ପ୍ରତିମା ମିଶ୍ର, ଗାୟତ୍ରୀ ଜେନାଙ୍କ ସମେତ ଅନୁଷ୍ଠାନର ସଦସ୍ଯା ମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande