ଖରିଫ ଧାନ ପଞ୍ଜିକରଣ ନୂତନ ନିୟମକୁ ଚାଷିଙ୍କ ବିରୋଧ, ଧାରଣା ବିକ୍ଷୋଭ ସହ ଦାବିପତ୍ର ପ୍ରଦାନ
ଜୟପୁର, ୧୦ ଅଗଷ୍ଟ (ହି.ସ.)- ଖରିଫ ଧାନ ପଞ୍ଜିକରଣର ନୂତନ ନିୟମକୁ ଚାଷିମାନେ ବିରୋଧ କରିଛନ୍ତି । ଏନେଇ ଆଜି ଜୟପୁର ଉପ ଜିଲାପାଳଙ୍କ କାର୍ଯ୍ୟ।ଳୟରେ ଘେରାଉ କରି କୃଷକ କଲ୍ୟାଣ ମଞ୍ଚ କୋରାପୁଟ ତରଫରୁ ଦାବି ପତ୍ର ପ୍ରଦାନ କରିଛନ୍ତି । ମଞ୍ଚର ସମ୍ପାଦକ ନରେନ୍ଦ୍ର କୁମାର ପ୍ରଧାନଙ୍କ ଆହ୍ୱାନରେ
ଖରିଫ ଧାନ ପଞ୍ଜିକରଣ  ନୁତନ ନିୟମକୁ  ଚାଷିଙ୍କ ବିରୋଧ  , ଧାରଣା ବିକ୍ଷୋଭ ସହ ଦାବି ପତ୍ର ପ୍ରଦାନ


ଜୟପୁର, ୧୦ ଅଗଷ୍ଟ (ହି.ସ.)- ଖରିଫ ଧାନ ପଞ୍ଜିକରଣର ନୂତନ ନିୟମକୁ ଚାଷିମାନେ ବିରୋଧ କରିଛନ୍ତି । ଏନେଇ ଆଜି ଜୟପୁର ଉପ ଜିଲାପାଳଙ୍କ କାର୍ଯ୍ୟ।ଳୟରେ ଘେରାଉ କରି କୃଷକ କଲ୍ୟାଣ ମଞ୍ଚ କୋରାପୁଟ ତରଫରୁ ଦାବି ପତ୍ର ପ୍ରଦାନ କରିଛନ୍ତି । ମଞ୍ଚର ସମ୍ପାଦକ ନରେନ୍ଦ୍ର କୁମାର ପ୍ରଧାନଙ୍କ ଆହ୍ୱାନରେ ଶହ ଶହ ଚାଷି ଧାରଣାରେ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କୋରାପୁଟ ଜିଲାର ଶହ ଶହ ଚାଷି ଆଜି ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଧାରଣା ପ୍ରଦର୍ଶନରେ ରାଷ୍ଟ୍ରିୟ କିସାନ ମଜଦୁର ମହାସଂଘର ରାଜ୍ୟ ସଭାପତି ସଚିନ ମହାପାତ୍ର, ସହ ସ୍ୱାସ୍ତିକ ସିଇଓ ଉପସ୍ଥିତ ରହିଥିଲେ ।

ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଜମି ପଟାରେ ବାପା ଜେଜେବାପା, ଗୋସେଇଁ ଜେଜେ ବାପା, ଯୌଥ ଜମି ପଟ୍ଟା ଜମି ମାଲିକଙ୍କ ମୃତ୍ୟୁ ହୋଇ ଯାଇଥିବାରୁ ଏବଂ ବହୁ ଚାଷୀଙ୍କ ନିଜ ନାମରେ ଜମି ପଟ୍ଟା ନଥିବାରୁ ବଂଶଧର ମାନେ ଅନ୍ୟତ୍ର ରହୁଥିବାରୁ ଧାନ ବିକ୍ରି ସକାଶେ ପଞ୍ଜିକରଣର ସରଳୀକରଣ କରାଯାଉ, ଏଗ୍ରୀଷ୍ଟେକ୍ ସହିତ ଧାନ ପଞ୍ଜିକରଣ ସଂପୃକ୍ତି କରାନଯାଉ, ଭାଗ ଚାଷୀଙ୍କ କ୍ଷେତ୍ରରେ ଯେଉଁ ନିୟମ କରାଯାଇଛି ତଦ୍ୱାରା ଲକ୍ଷ ଲକ୍ଷ ଚାଷି ପଞ୍ଜିକରଣ କରି ନପାରି ଅଭାବୀ ବିକ୍ରୀର ଶିକାର ହେବେ । ଆଗାମୀ ଦିନରେ ଚାଷୀମାନେ ଜୀବନ ଜୀବିକା ହରାଇବା ସହିତ ଦାଦନ ଯିବାକୁ ବାଧ୍ୟ ହେବେ । ଗତ ବର୍ଷ ପଞ୍ଜିକରଣ ସକାଶେ ଯେଉଁ ନିୟମ ଥିଲା ସେଥିରେ କିଛି ପରିବର୍ତ୍ତନ କରାଯାଇ ଜମି ମାଲିକଙ୍କ ସହମତିରେ ଭାଗଚାଷୀ ବନ୍ଧକ ଚାଷୀ, ଜମି କ୍ରୟ କରିଥିବା ଚାଷୀଙ୍କୁ ପଞ୍ଜିକରଣ ସୁଯୋଗ ଦିଆଯାଉ, ବର୍ତମାନ ରାଜ୍ୟରେ ବନ୍ୟା ପ୍ରଭାବିତ ହେଉଥିବାରୁ ଅଗଷ୍ଟ ୩୧ ତାରିଖରୁ ସେପ୍ଟେମ୍ବର ଶେଷ ସୁଧା ପଞ୍ଜିକରଣର ଅବଧିବୃଦ୍ଧି କରାଯାଉ, ପ୍ରତ୍ୟେକ ରବି ଓ ଖରିଫରେ ପଞ୍ଜିକରଣ କରାନଯାଇ ନିୟମିତ କରାଯାଉ, ଆବଶ୍ୟକତା ସ୍ଥଳେ ପରିବର୍ତ୍ତନ କରାଯାଉ, ଚଳିତ ବର୍ଷ ରବି ରୁତୁରେ ପ୍ରଶାସନିକ ସମସ୍ୟା ଯୋଗୁଁ ଚାଷୀ ପଞ୍ଜିକରଣ କରିପାରି ନଥିଲେ । ବର୍ତ୍ତମାନ ଯେଉଁ ଚାଷୀ ମାନେ ଚାଷ କରିଛନ୍ତି ସେମାନେ କିପରି ପଞ୍ଜିକରଣ କରି ଏମ.ଏସ.ପି. ଓ ସମୃଦ୍ଧ କୃଷକ ଯୋଜନାର ଲାଭ ପାଇବେ ସରକାର ଯୋଜନା କରନ୍ତୁ ବୋଲି ଉଲ୍ଲେଖ ରହିଛି । ଚାଷୀ ମାନେ ଅଗଷ୍ଟ ୬ରୁ ୩୧ ତାରିଖ ଯାଏ ମଧ୍ୟରେ ପଞ୍ଜିକରଣ ସହିତ ଆବଶ୍ୟକ କାଗଜ ପତ୍ର ଦାଖଲ କରିବେ । ଆଧାର ସଂଯୁକ୍ତ ମୋବାଇଲ ନମ୍ବର, ମୋବାଇଲ ନମ୍ବର ବିକଳ୍ପ ମୋବାଇଲ ନମ୍ବର ଆଧାର କାର୍ଡ, ଜମି ପଟ୍ଟା, ପାସ ବୁକ ଆଦି ଦେବାକୁ ପଡିବ । ଏହି ନିୟମ ଅନୁଯାଇ ଚାଷୀଙ୍କୁ ଏଗ୍ରୀଷ୍ଟକ କୃଷକ ରେଜିଷ୍ଟି ସଂଖ୍ୟା ଆଧାରରେ ପଞ୍ଜିକରଣ କରିବାକୁ ପିଡବ । ଫଳରେ ବହୁ ବର୍ଷ ଧରି ପୈତୃକ ଜମିରେ ଚାଷ କରୁଥିବା ହଜାର ହଜାର ଚାଷୀ ସମସ୍ୟାରେ ପଡିବେ । ଅନେକ କ୍ଷେତ୍ରରେ ଜମି ଏ ପର୍ଯ୍ୟନ୍ତ ମୃତ ଜେଜେ ବାପା କିମ୍ବା ଜେଜେ ମା ଙ୍କ ନାମରେ ରହିଥିବା ବେଳେ ବର୍ତ୍ତମାନ ତୃତିୟ ପିଢି ସେହି ଜମିରେ ଚାଷ କରୁଛନ୍ତି । ନୂଆ ବ୍ୟବସ୍ଥାରେ ସେମାନେ କିପରି ପଞ୍ଜିକରଣ କରିବେ ତାହାକୁ ନେଇ ପ୍ରଶ୍ନ ଉଠିଛି । ସେହିପରି ଯୁଗ୍ମ ମାଲିକାନାରେ ଥିବା ଜମି ଏବଂ ପରିବାର ମଧ୍ୟରେ ମାଲିକାନା ବିବାଦ ଥିବା ଜମିର ପଞ୍ଜିକରଣ ମଧ୍ୟ ଜଟିଳ ହେବା ଆଶଙ୍କା ରହିଛି । ନୂଆ ନିୟମ ଭାଗ ଚାଷିଙ୍କ ପାଇଁ ମଧ୍ୟ ବଡ ସମସ୍ୟା ସୃଷ୍ଟି କରିଛି । ପୂର୍ବରୁ ଜମି ମାଲିକଙ୍କ ସହମତି ପତ୍ର ଓ ଆଧାର କାର୍ଡ ଆଧାରରେ ପଞ୍ଜିକରଣ କରୁଥିଲେ । କିନ୍ତୁ ଜମି ମାଲିକଙ୍କ ବାୟୋମେଟ୍ରିକ ଯାଞ୍ଚ କିମ୍ବା ପ୍ରତ୍ୟକ୍ଷ ଉପସ୍ଥିତିକୁ ବାଧ୍ୟତାମୁଳକ କରାଯାଇ ଥିବାରୁ ଭାଗ ଚାଷିଙ୍କ ପାଇଁ ପଞ୍ଜିକରଣ କରିବା ପ୍ରାୟ ଅସମ୍ଭବ ହୋଇ ପଡିବ ବୋଲି ଚାଷିମାନେ ଅଭିଯୋଗ କରିଛନ୍ତି । ପଞ୍ଜିକରଣ ନିୟମକୁ କୋହଳ କରି ପୁରୁଣା ଗାଇଡ ଲାଇନକୁ ପ୍ରଚଳନ କରିବାକୁ ଦାବି ହୋଇଛି । ସରକାର ଚାଷି ମାରଣ ନୀତି କରୁଥିବା ଅଭିଯୋଗ ହୋଇଛି । ବର୍ତମାନର ଗାଇଡ ଲାଇନରେ ପ୍ରଚଳନ ହେଲେ ଚାଷି ନୟାନ୍ତ ହେବା ସହ ଦଲାଲ ସକ୍ରିୟ ହେବା ସହ ଦାଦନ ବଢିବେ । ନୂତନ ଗାଇଡ ଲାଇନରେ ଚାଷି ପ୍ରଥମେ ନିଜେ ଉପସ୍ଥିତ ରହି କୃଷି ବିଭାଗ କାର୍ଯ୍ୟ।ଳୟରେ ପଞ୍ଜିକୃତ କରି ସେଠାରୁ ପ୍ରମାଣ ପତ୍ର ନେବାପରେ ଲ୍ୟାମ୍ପସରେ ପଞ୍ଜିକୃତ ହେବ । ଜମିର ମାଲିକ ବାହାରେ ରହୁଥିଲେ ପଞ୍ଜିକୃତ ହେବ ନାହିଁ ସେହି ଜମି ଯଦି ଭାଇ କିମ୍ବା ଭାଗ ଚାଷ କରୁଥିବା ଉତ୍ପାଦିତ ଧାନ ମଣ୍ଡିରେ ବିକ୍ରୟ ହୋଇ ପାରିବ ନାହିଁ । ସେହି ଧାନ ଅଭାବି ବିକ୍ରି ହେବା ସହ ଚାଷି ବାଧ୍ୟ ହୋଇ ସାଗ ମାଛ ଦରରେ ଦଲାଲକୁ ଟେକି ଦେବ । ସରକାର ଏହି ନିୟମ ପ୍ରଚଳନ କଲେ ଚାଷି କମ ରେଜିଷ୍ଟେସନ କରିବେ।

ଗତ ରବି ମଣ୍ଡିରେ ବହୁ ଚାଷି ରେଜିଷ୍ଟ୍ରେସନ କରିପାରି ନଥିଲେ । ଫଳରେ କୋରାପୁଟ ଜିଲାର ପାଖା ପାଖି ୫ ହଜାରରୁ ଊର୍ଦ୍ଧ୍ଵ ଚାଷି ନିଜ ଧାନ ବିକ୍ରି କରିପାରି ନଥିଲେ । ଏମିତିକି ଜିଲାପାଳଙ୍କ କାର୍ଯ୍ୟ।ଳୟ ଘେରାଉ କରିବା ପରେ ମଧ୍ୟ ଚାଷି ନ୍ୟାୟ ପାଇ ନଥିଲେ । ଏହି ଦାବି ପତ୍ରର ନକଲ ଉପ ଜିଲାପାଳ, ଜୟପୁର, କୋରାପୁଟ, ଜିଲା ମୁଖ୍ୟ ଯୋଗାଣ ଅଧିକାରି, ଡିଆରସିଏସ, ସିଡିଏଓ , ସମ୍ପାଦକ ଆରଏମସିଙ୍କୁ ପ୍ରଦାନ କରାଯାଇଛି । ଏଠାରେ ଅନ୍ୟ ମାନଙ୍କ ମଧ୍ୟରେ ଚାଷି କେ. ଶ୍ରୀନିବାସ ରାଓ, ଗଦାଧର ଷଡଙ୍ଗୀ, ମନୋଜ ପାତ୍ର, ନରେନ୍ଦ୍ର ନାୟକ, ସଞ୍ଜୟ ବେହେରା, ରତ୍ନକାର ନାରାଜି, ସନ୍ତୋଷ କୁମାର ସାଲୁଜା ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande