ଗୁହାଳରେ ନିଆଁ ଲାଗି ଗାଈ ମୃତ
କେନ୍ଦ୍ରାପଡ଼ା, ୧୦ ଅଗଷ୍ଟ(ହି.ସ.) – ମାର୍ଶାଘାଇ ବ୍ଲକ ମଣିକୁଣ୍ଡା ପଂଚାୟତ କଷୋଟିବାଲି ଗ୍ରାମରେ ଅରକ୍ଷିତ ବେହେରାଙ୍କ ଗୁହାଳ ଘରେ ଶନିବାର ବିଳମ୍ବିତ ରାତିରେ ନିଆଁ ଲାଗି ଏକ ଗର୍ଭବତୀ ଗାଈର ମୃତ୍ୟୁ ଘଟିଛି। ଖବରପାଇ ମଣିକୁଣ୍ଡା ପଂଚାୟତ ପୂର୍ବତନ ସମିତିସଭ୍ୟ ଜ୍ଞାନରଞ୍ଜନ ବସନ୍ତିଆ ଘଟଣାସ୍ଥଳରେ ପହଂଚ
ଗୁହାଳରେ ନିଆଁ ଲାଗି ଗାଈ ମୃତ


କେନ୍ଦ୍ରାପଡ଼ା, ୧୦ ଅଗଷ୍ଟ(ହି.ସ.) – ମାର୍ଶାଘାଇ ବ୍ଲକ ମଣିକୁଣ୍ଡା ପଂଚାୟତ କଷୋଟିବାଲି ଗ୍ରାମରେ ଅରକ୍ଷିତ ବେହେରାଙ୍କ ଗୁହାଳ ଘରେ ଶନିବାର ବିଳମ୍ବିତ ରାତିରେ ନିଆଁ ଲାଗି ଏକ ଗର୍ଭବତୀ ଗାଈର ମୃତ୍ୟୁ ଘଟିଛି। ଖବରପାଇ ମଣିକୁଣ୍ଡା ପଂଚାୟତ ପୂର୍ବତନ ସମିତିସଭ୍ୟ ଜ୍ଞାନରଞ୍ଜନ ବସନ୍ତିଆ ଘଟଣାସ୍ଥଳରେ ପହଂଚି ସମବେଦନା ଜଣାଇବା ସହିତ ମହାକାଳପଡ଼ା ବିଧାୟକ ଡ଼ ଦୁର୍ଗାପ୍ରସନ ନାୟକଙ୍କ ସହିତ ଗୃହକର୍ତାଙ୍କୁ ଫୋନଯୋଗେ କଥାବାର୍ତା କରାଇ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଆଶ୍ୱାସନା ଦେଇଥିଲେ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ମାର୍ଶାଘାଇ ପ୍ରାଣୀ ଚିକିତ୍ସାକେନ୍ଦ୍ର ପ୍ରାଣୀ ନିରୀକ୍ଷକ, ମାର୍ଶାଘାଇ ରାଜସ୍ୱ ନିରୀକ୍ଷକ ରାଜେଶ କୁମାର ସେଠୀ ପହଂଚି ତଦନ୍ତ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande