ଫୋକାଲ୍-ଏମଡିଏ କାର୍ଯ୍ୟକ୍ରମର ଶୁଭାରମ୍ଭ; ଅଗଷ୍ଟ ୧୯ ଯାଏଁ ଚାଲିବ ଫାଇଲେରିଆ ନିରାକରଣ ଅଭିଯାନ
Focal MDA programme start
Focal MDA programme


ଝାରସୁଗୁଡ଼ା, ୧୦ ଅଗଷ୍ଟ (ହି.ସ.)- ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ଫାଇଲେରିଆ (ବାତ ଜ୍ୱର) ରୋଗର ସମ୍ପୂର୍ଣ୍ଣ ନିରାକରଣ ଲକ୍ଷ୍ୟ ନେଇ ଏକ ବିଶେଷ 'ଫୋକାଲ୍-ଏମଡିଏ' କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ ହୋଇଯାଇଛି। ଏହି ଅଭିଯାନ ମାଧ୍ୟମରେ ବେଲପାହାଡ଼ ସହରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଜୁରାବଗା ଗ୍ରାମ ଏବଂ ପଞ୍ଚପଡ଼ା ସହରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଲେପ୍ରୋସି କଲୋନୀ ଅଞ୍ଚଳରେ ସାଧାରଣ ନାଗରିକଙ୍କୁ ଫାଇଲେରିଆ ନିରୋଧୀ ଔଷଧ ସେବନ କରାଯାଉଛି। ଏହି ସ୍ୱେଚ୍ଛାକୃତ ଔଷଧ ସେବନ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ଅଗଷ୍ଟ ୧୯ ତାରିଖ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ଜାରି ରହିବ।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜିଲ୍ଲାର ଏହି ଦୁଇଟି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଫାଇଲେରିଆ ଜୀବାଣୁର ସଂକ୍ରମଣକୁ ସମ୍ପୂର୍ଣ୍ଣ ରୂପେ ରୋକିବା। ଆଶା କର୍ମୀ, ଏଏନ୍ଏମ୍ ଏବଂ ସ୍ୱାସ୍ଥ୍ୟ ସେବକମାନେ ଘରକୁ ଘର ବୁଲି ନିଜ ସମ୍ମୁଖରେ ନାଗରିକମାନଙ୍କୁ ଏହି ଔଷଧ ସେବନ କରାଉଛନ୍ତି। ଦୁଇ ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କୁ ଛାଡ଼ି ଅନ୍ୟ ସମସ୍ତ ସାଧାରଣ ନାଗରିକଙ୍କୁ ବୟସ ଅନୁସାରେ ଏହି ଔଷଧ ପ୍ରଦାନ କରାଯାଉଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande