
ଗଞ୍ଜାମ, ୧୦ ଅଗଷ୍ଟ (ହି.ସ.)- ଗତକାଲି ଠାରୁ ଆଜି ସକାଳ ଯାଏ ଝିପିଝିପି ଵର୍ଷା ଲାଗିରହିଛି। ଏହା ସତ୍ତ୍ୱେ କାଉଡିଆମାନେ ଶ୍ରାବଣ ୨ୟ ସୋମବାରରେ କାଉଡିଆ ଜଳ ଭାରନେଇ ଶିବାଳୟଗୁଡିକରେ ଆଜି ଭୋରରୁ ଧାଡି ଲଗାଇ ହରହର ମହାଦେବଙ୍କୁ ଜଳାଭିଷେକ କରି ପୂଜାର୍ଚ୍ଚନା କରିଛନ୍ତି। ଗୋପାଳପୁର ବେଳାଭୂମି ନିକଟରେ ଥିବା ଧବଳେଶ୍ଵର, ଵ୍ରହ୍ମପୁର ଗୋକର୍ନେଶ୍ୱର, ମୁକ୍ତେଶ୍ଵର, ପାଣି ମହାପ୍ରଭୁ, ଉତ୍ତରେଶ୍ୱର, ନୀଳକଣ୍ଠେଶ୍ଵର, ସୁନ୍ଦରେଶ୍ୱର, ଵେଲଶ୍ୱର, ବାଲୁଙ୍କେଶ୍ୱର, ରାମେଶ୍ୱର, ଵୁଦ୍ଧେଶ୍ୱର, ଅନନ୍ତେଶ୍ୱର ଓ ସୋମେଶ୍ୱର ମନ୍ଦିରରେ କାଉଡ଼ିଆଙ୍କ ପ୍ରବଳ ଭିଡ ଲାଗିଛି। ଏହି ଗହଳିଚହଳି ସନ୍ଧ୍ଯାଯାଏ ଲାଗିରହିଵା ସମ୍ଭାଵନା ରହିଛି। କାଉଡିଆଙ୍କ ଵୋଲଵମ ହରହର ଵମ ଉଚ୍ଚାରଣ ଗାଁ ଠାରୁ ସହର ଯାଏ ପ୍ରକମ୍ପିତ ହୋଇ ଧାର୍ମିକ ମନୋଭାଵ ସାଧାରଣରେ ସୃଷ୍ଟି କରୁଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ