
ନୂଆପଡ଼ା, ୧୦ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଶ୍ରୀଜୀ ମଣ୍ଡପରେ ନଗର ମଣ୍ଡଳ ପକ୍ଷରୁ ‘ହର ଘର ତ୍ରିରଙ୍ଗା’ ଯାତ୍ରାକୁ ସଫଳ କରିବା ନେଇ ଏକ ବୈଠକ ଆୟୋଜିତ ହୋଇଯାଇଛି। ବୈଠକରେ ଅଭିଯାନକୁ ବ୍ୟାପକ ଭାବେ ସଫଳ କରିବା ସହ ପ୍ରତ୍ୟେକ ଘରେ ଜାତୀୟ ପତାକା ଉଡ଼ାଇବା ନେଇ ଆଲୋଚନା କରାଯାଇଥିଲା। ଏଥିସହ ଲୋକଙ୍କ ମଧ୍ୟରେ ଦେଶପ୍ରେମର ଭାବନାକୁ ଆହୁରି ମଜବୁତ କରିବା ଏବଂ ଅଭିଯାନରେ ସମସ୍ତଙ୍କୁ ସାମିଲ କରିବା ନେଇ ବିଭିନ୍ନ ଯୋଜନା ପ୍ରସ୍ତୁତ ହୋଇଥିଲା।
ବୈଠକରେ ନଗର ମଣ୍ଡଳର କର୍ମକର୍ତ୍ତା ଓ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ଜନଆନ୍ଦୋଳନର ରୂପ ଦେବା ପାଇଁ ସଂକଳ୍ପ ନେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ