ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷରେ କୁଷ୍ଠ ରୋଗ ସନ୍ଧାନ ଅଭିଯାନ ୨୦୨୬-୨୭ ନିମନ୍ତେ ଜିଲ୍ଲା ସମନ୍ୱୟ କମିଟି ବୈଠକ
ବଲାଙ୍ଗୀର, ୧୦ ଅଗଷ୍ଟ(ହି.ସ.) – ଜିଲ୍ଲାକୁ କୁଷ୍ଠ ରୋଗ ମୁକ୍ତ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷରେ କୁଷ୍ଠ ରୋଗ ସନ୍ଧାନ ଅଭିଯାନ ୨୦୨୬-୨୭ ନିମନ୍ତେ ଜିଲ୍ଲା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଗୌ
ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷରେ କୁଷ୍ଠ ରୋଗ ସନ୍ଧାନ ଅଭିଯାନ ୨୦୨୬-୨୭ ନିମନ୍ତେ ଜିଲ୍ଲା ସମନ୍ଵୟ କମିଟି ବୈଠକ


ବଲାଙ୍ଗୀର, ୧୦ ଅଗଷ୍ଟ(ହି.ସ.) – ଜିଲ୍ଲାକୁ କୁଷ୍ଠ ରୋଗ ମୁକ୍ତ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷରେ କୁଷ୍ଠ ରୋଗ ସନ୍ଧାନ ଅଭିଯାନ ୨୦୨୬-୨୭ ନିମନ୍ତେ ଜିଲ୍ଲା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ରଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅଭିଯାନ ଆସନ୍ତା ୧୭ ରୁ ୩୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକ ଏବଂ ପୌରାଂଚଳରେ ପରିଚାଳିତ ହେବ। ଏହି ବୃହତ ଅଭିଯାନରେ ଜିଲ୍ଲାର ପ୍ରାୟ ୧୬୭୯୪୭୦ ଜନସଂଖ୍ୟା ଓ ୪୧୨୮୧୫ ପରିବାରକୁ ସାମିଲ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୨୧୭୩ ଟି ସର୍ଭେ ଟିମ ଓ ୪୮୭ ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଛି। ଜିଲ୍ଲାରେ ୨୧୭୩ ଆଶା କର୍ମୀ ଘରକୁ ଘର ବୁଲି ସନ୍ଦିଗ୍ଧ ରୋଗୀଙ୍କୁ ଚିହ୍ନଟ କରିବେ। ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଜଣେ ଆଶା କର୍ମୀ ୫ ଜଣ ସନ୍ଦିଗ୍ଧ ରୋଗୀଙ୍କୁ ଚିହ୍ନଟ କରିବେ, ସେମାନଙ୍କୁ ପରବର୍ତୀ ୭୨ ଘଂଟା ମଧ୍ୟରେ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାଯିବ। ଜିଲ୍ଲାରେ ପ୍ରତ୍ୟେକ ସ୍କୁଲରେ ସଚେତନତା କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande