

ସମ୍ବଲପୁର,୧୦, ଅଗଷ୍ଟ (ହି.ସ.) ସମ୍ବଲପୁର ଜିଲ୍ଲା ହୀରାକୁଦ ବନ୍ଧ ନିର୍ମାଣ ବେଳେ ତତ୍କାଳୀନ ବିସ୍ଥାପିତ ମାନଙ୍କ ପ୍ରତି ଅଦ୍ୟାବଧି ସରକାର ନ୍ୟାୟ ପ୍ରଦାନ କରିନଥିବା ଯୋଗୁଁ କିଲାସମାଠାରେ ଦୀର୍ଘ ୪୦ ଦିନ ଧରି ଚାଲିଥିବା ବିସ୍ଥାପିତଙ୍କ ଆନ୍ଦୋଳନ ସ୍ଥଳରେ ଆଜି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଓ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚିଛନ୍ତି । ଉଭୟ ନେତା ଆନ୍ଦୋଳନକାରୀଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି।
ହୀରାକୁଦ ବନ୍ଧ ନିର୍ମାଣ ସମୟରେ ଥରେ ବିସ୍ଥାପିତ ହୋଇଥିବା ଏହି ଲୋକମାନେ ପୁଣି କିଲାସମା ଅଞ୍ଚଳରୁ ବିସ୍ଥାପିତ ହେବା ଆଶଙ୍କାରେ ଆନ୍ଦୋଳନ ଚଳାଇଛନ୍ତି। ଆନ୍ଦୋଳନକାରୀଙ୍କ ଦାବି ଓ ସମସ୍ୟା ନେଇ ମନ୍ତ୍ରୀ ଓ ସାଂସଦ ଆଲୋଚନା କରିଥିବା ଜଣାପଡ଼ିଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ