
ରାଂଚି, ୧୦ ଅଗଷ୍ଟ (ହି.ସ.)- ଝାଡ଼ଖଣ୍ଡ ପବ୍ଲିକ୍ ସର୍ଭିସ୍ କମିଶନ (ଜେପିଏସସି) ପରୀକ୍ଷା ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଅପରାଧିକ ଅନୁସନ୍ଧାନ ବିଭାଗ (ସିଆଇଡି)ର ସମନ ପରେ ଜେପିଏସସି ର ପୂର୍ବତନ ସଦସ୍ୟ ଡଃ. ଅଜିତା ଭଟ୍ଟାଚାର୍ଯ୍ୟ ସୋମବାର ଏଠାରେ ସିଆଇଡି କାର୍ଯ୍ୟାଳୟରେ ପଚରାଉଚରା ପାଇଁ ପହଂଚିଥିଲେ ।
ସୂତ୍ରରୁ ପ୍ରକାଶ ଯେ, ଜେପିଏସସିର ତିନି ଜଣ ସଦସ୍ୟଙ୍କୁ ସିଆଇଡି ପକ୍ଷରୁ ସମନ କରାଯାଇଥିଲା । ସମନ ପରେ ତିନି ଜଣ ସଦସ୍ୟ ନିଜ ପଦରୁ ଇସ୍ତଫା ଦେଇଥିଲେ । ବର୍ତମାନ ଅନୁସନ୍ଧାନକାରୀ ସଂସ୍ଥା ତାଙ୍କୁ ପରୀକ୍ଷା ପ୍ରକ୍ରିୟା ଏବଂ କଥିତ ତ୍ରୁଟି ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ପଚରାଉଚରା କରୁଛି ।
ଉଲ୍ଲେଖଯୋଗ୍ୟ ଯେ, ଜେ.ପି.ଏସ୍.ସି. ପରୀକ୍ଷାରେ ହୋଇଥିବା ଅନିୟମିତତାର ତଦନ୍ତ କରୁଛି ସି.ଆଇ.ଡି. । ତଦନ୍ତ ସମୟରେ ଆୟୋଗ ସହିତ ଜଡ଼ିତ ଅଧିକାରୀ ଏବଂ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ଏହି କ୍ରମରେ ପୂର୍ବତନ ସଦସ୍ୟ ଅଜିତା ଭଟ୍ଟାଚାର୍ଯ୍ୟଙ୍କୁ ଆଜି ସିଆଇଡି କାର୍ଯ୍ୟାଳୟକୁ ଡକାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ