
ରାଂଚି, ୧୦ ଅଗଷ୍ଟ (ହି.ସ.)- ଝାରଖଣ୍ଡରେ ଜେପିଏସସି-ଜେଏସଏସସି ସମେତ ପ୍ରତିଯୋଗିତାମୂଳକ ପରୀକ୍ଷାରେ କଥିତ ଅନିୟମିତତା ବିରୋଧରେ ସୋମବାର ରାଂଚି ରେ ହୋଇଥିବା ବିଧାନସଭା ଘେରାଉ ସମୟରେ ପ୍ରଦର୍ଶନର ଏକ ଭିନ୍ନ ରଙ୍ଗ ଦେଖିବାକୁ ମିଳିଲା। ବଲିଉଡ ଅଭିନେତାଙ୍କ ଚର୍ଚ୍ଚିତ ଚରିତ୍ର ‘ପୁଷ୍ପା ରାଜ’ଙ୍କ ଅନ୍ଦାଜରେ ଭାଇରାଲ ‘ପୁଷ୍ପା ଭାଉ’ ଛାତ୍ରମାନଙ୍କ ସମର୍ଥନରେ ଆନ୍ଦୋଳନସ୍ଥଳରେ ପହଂଚିଥିଲେ। ସେ ଛାତ୍ରମାନଙ୍କ ଦାବିକୁ ସମର୍ଥନ କରିବା ସହ ପ୍ରତିଯୋଗିତାମୂଳକ ପରୀକ୍ଷାରେ ବାରମ୍ବାର ପେପର ଲିକ୍ ହେବା ଘଟଣାକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଥିଲେ।
‘ପୁଷ୍ପା ଭାଉ’ କହିଥିଲେ ଯେ ଛାତ୍ରମାନଙ୍କ ଦୀର୍ଘ ସମୟ ଧରି ଚାଲିଥିବା ଆନ୍ଦୋଳନକୁ ଦେଖି ସେ ବହୁତ ଆହତ ହୋଇଥିଲେ ଏବଂ ଏହି କାରଣରୁ ସେମାନଙ୍କ ସମର୍ଥନରେ ଝାରଖଣ୍ଡର ରାଜଧାନୀ ରାଂଚିକୁ ଆସିଛନ୍ତି। ସେ କହିଥିଲେ ଯେ ଛାତ୍ରମାନଙ୍କ ଦାବିକୁ ଗମ୍ଭୀରତାର ସହ ଶୁଣାଯିବା ଉଚିତ ଏବଂ ସରକାର ସେମାନଙ୍କ ସମସ୍ୟାର ସମାଧାନ କରିବା ଉଚିତ।
ସେ ଜନ୍ତର-ମନ୍ତରରେ ହୋଇଥିବା କିଛି ପ୍ରଦର୍ଶନର ଉଲ୍ଲେଖ କରି କହିଥିଲେ ଯେ ସେଠାରେ ଯେପରି ଆପତିଜନକ ଭାଷା ଏବଂ ଅଶ୍ଳୀଳ ଟିପ୍ପଣୀ ସାମ୍ନାକୁ ଆସିଥିବା କଥା କୁହାଯାଇଥିଲା, ସେପରି ପରିବେଶ ରାଂଚିରେ ଆନ୍ଦୋଳନ କରୁଥିବା ଛାତ୍ରମାନଙ୍କ ମଧ୍ୟରେ ଦେଖିବାକୁ ମିଳିନଥିଲା। ସେ କହିଥିଲେ ଯେ ସୋସିଆଲ ମିଡିଆରେ ଅନେକ ପ୍ରକାରର କଥା ସାର୍ବଜନୀନ ଭାବେ ଚାଲିଛି ଏବଂ ସମଗ୍ର ଦେଶ ସେଗୁଡ଼ିକୁ ଦେଖୁଛି-ଶୁଣୁଛି, କିନ୍ତୁ ରାଂଚିରେ ଚାଲିଥିବା ଆନ୍ଦୋଳନର ବାସ୍ତବ ଚିତ୍ର ମଧ୍ୟ ସାମ୍ନାରେ ରହିଛି।
ପ୍ରତିଯୋଗିତାମୂଳକ ପରୀକ୍ଷାରେ ପେପର ଲିକ୍ ଘଟଣାକୁ ନେଇ ଚିନ୍ତା ପ୍ରକାଶ କରି ସେ କହିଥିଲେ ଯେ ବାରମ୍ବାର ପେପର ଲିକ୍ ହେବା ଅତ୍ୟନ୍ତ ଗମ୍ଭୀର ବିଷୟ। ଏହାର ସବୁଠାରୁ ଅଧିକ ପ୍ରଭାବ ଗରିବ ଏବଂ ସାଧାରଣ ପରିବାରରୁ ଆସୁଥିବା ଛାତ୍ରମାନଙ୍କ ଉପରେ ପଡ଼େ।
ସେ କହିଥିଲେ ଯେ ଆର୍ôଥକ ଭାବେ ସକ୍ଷମ ପରିବାରମାନଙ୍କ ପାଖରେ ପାଠପଢ଼ା ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମ୍ବଳ ଥାଏ। ଅନ୍ୟପକ୍ଷରେ, ଗରିବ ଏବଂ ମଧ୍ୟବିତ ପରିବାରର ଛାତ୍ରମାନେ ନିଜର ପରିଶ୍ରମ, ସଂଘର୍ଷ ଏବଂ ଆଶାର ଭରସାରେ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି କରନ୍ତି। ଏପରି ସ୍ଥିତିରେ ପରୀକ୍ଷା ପୂର୍ବରୁ ପେପର ଲିକ୍ ହୋଇଯିବା କିମ୍ବା ପରୀକ୍ଷା ପ୍ରକ୍ରିୟାରେ କଥିତ ଅନିୟମିତତାର ଖବର ସାମ୍ନାକୁ ଆସିବା ଦ୍ୱାରା ସେମାନଙ୍କ ବର୍ଷ ବର୍ଷର ପରିଶ୍ରମ ବ୍ୟର୍ଥ ହୋଇଯାଏ।
------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ