
ଖୋର୍ଦ୍ଧା,୧୦ ଅଗଷ୍ଟ (ହି.ସ.) ବେଗୁନିଆ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଏବଂ ଆରକ୍ଷୀ ଅଧିକ୍ଷକ ପାରମାର ସ୍ମିଥ ପାରୁସୋତମ୍ ଦାସ ଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି । ଆଜିର ଏହି ଜନ ଶୁଣାଣି ଶିବିରରେ ବେଗୁନିଆ ବିଧାୟକ ବେଗୁନିଆ, ପ୍ରଦୀପ କୁମାର ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ, ସଂକଳ୍ପ ସ୍ୱସ୍ତିକ ସାହୁ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ଏବଂ ଆସିଷ୍ଟାଂଟ କଲେକ୍ଟର, ଅଭିଯୋଗ, ଭୁବନେଶ୍ୱରୀ କଅଁର ପ୍ରମୁଖ ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇ ଜନସାଧାରଣ ମାନଙ୍କ ବିଭିନ୍ନ ଆପତି ଅଭିଯୋଗ ଗୁଡ଼ିକର ଶୁଣାଣିରେ ସହଯୋଗ ପ୍ରଦାନ କରିଥିଲେ । ଆଜିର ଅଭିଯୋଗ ଶିବିରକୁ ମୋଟ ୯୯ ଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୭୩ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୨୬ ଟି ଗ୍ରାମୀଣ ସମସ୍ୟା ଜନିତ ଥିଲା କ୍ଷ ଜିଲ୍ଲାପାଳ, ଋତୁରାଜ ଅଭିଯୋଗ ଶିବିରରେ ୮ ଟି ଅଭିଯୋଗର ତତ୍କାଳ ସମାଧାନ କରିଥିଲେ କ୍ଷ ଅନ୍ୟ ସମସ୍ତ ଅଭିଯୋଗ ଗୁଡ଼ିକୁ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ ହୋଇ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଭେଷଜ ଚିକିତ୍ସା ନିମନ୍ତେ କୁଷପଲା, ବେଗୁନିଆ ର ସେକ ମହିବୁବଙ୍କୁ ୧୫ ହଜାର,ସିକୋ, ବେଗୁନିଆ ର ମଞ୍ଜୁଳା ନାୟକଙ୍କୁ ୧୫ ହଜାର, ଉର୍ମିଳା ମହାନ୍ତିଙ୍କୁ ୧୦ ହଜାର, ମାଗୁଣୀ ସେଠୀଙ୍କୁ ୧୦ ହଜାର, ମଳୟ କୁମାର ସେଠୀଙ୍କୁ ୧୫ ହଜାର ନେଇ ମୋଟ ୬୫ ହଜାର ଜିଲ୍ଲା ରେଡ୍ କ୍ରସ୍ ପାଣ୍ଠିରୁ ଆର୍ôଥକ ଅନୁଦାନ ପ୍ରଦାନ କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସରୋଜିନୀ ଜେନା, ଗୋଡ଼ିକିଲୋ, ସାଗଡା ଭାଙ୍ଗ,ବେଗୁନିଆଙ୍କୁ ଭେଷଜ ଚିକିତ୍ସା ନିମନ୍ତେ ୧୦ ହଜାର ନେଇ ସର୍ବମୋଟ ୭୫ ହଜାର ଟଙ୍କା ୬ ଜଣ ଅଭିଯୋଗ କାରୀଙ୍କୁ ଭେଷଜ ଚିକିତ୍ସା ନିମନ୍ତେ ଆର୍ôଥକ ଅନୁଦାନ ପ୍ରଦାନ କରିଥିଲେ କ୍ଷ ଜନଶୁଣାଣି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ,ସି ଏସ ଓ, ଜ୍ଞାନେନ୍ଦ୍ରିୟ ମିଶ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ଡ଼ଃ ଗୀତାଂଶୁ ମୋହନ ଦାଶ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, କୁସୁମ କୁମାରୀ ପ୍ରହରାଜ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, ଅଧିକ୍ଷଣ ଯନ୍ତ୍ରୀ ଇଂ ରଶ୍ମିତା ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୋନାମିକା ରାୟ ସଂପୃକ୍ତ ବି ଡି ଓ, ସଂପୃକ୍ତ ତହସିଲଦାର, ଡେପୁଟି କଲେକ୍ଟର,ଅଗ୍ରଣୀ ବ୍ୟାଙ୍କ୍ ପରିଚାଳକଙ୍କ ସମେତ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ସଦସ୍ୟା ସଦସ୍ୟ, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ,ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।
-----------
ହିନ୍ଦୁସ୍ଥାନ ସମାଚାର / ରାକେଶ