ଟିଟିଲାଗଡ଼ଠାରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣିଶିବିରରେ ମୋଟ ୬୧ଟି ଅଭିଯୋଗ ପଞ୍ଜୀକୃତ
ବଲାଙ୍ଗିର, 10 ଅଗଷ୍ଟ (ହି.ସ.) : ଆଜି ବଲାଙ୍ଗିର ଜିଲ୍ଲାପାଳ ଟିଟିଲାଗଡ଼ଠାରେ ଆୟୋଜିତ ଯୁଗ୍ମ ଅଭିଯୋଗ ଶୁଣାଣିରେ ଯୋଗଦେବା ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର ନିରୀକ୍ଷଣ କରିଛନ୍ତି। ଟିଟିଲାଗଡ଼ ପଞ୍ଚାୟତ ସମିତି ବୈଠକ ଗୃହରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର
ବଲାଙ୍ଗୀର ଜିଲ୍ଲାସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ଜାତୀୟ କୃମିନାଶକ ଦିବସ ଅଭିଯାନର ଶୁଭାରମ୍ଭ


ବଲାଙ୍ଗୀର ଜିଲ୍ଲାସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ଜାତୀୟ କୃମିନାଶକ ଦିବସ ଅଭିଯାନର ଶୁଭାରମ୍ଭ


ବଲାଙ୍ଗୀର ଜିଲ୍ଲାସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ଜାତୀୟ କୃମିନାଶକ ଦିବସ ଅଭିଯାନର ଶୁଭାରମ୍ଭ


ବଲାଙ୍ଗିର, 10 ଅଗଷ୍ଟ (ହି.ସ.)

:

ଆଜି ବଲାଙ୍ଗିର ଜିଲ୍ଲାପାଳ ଟିଟିଲାଗଡ଼ଠାରେ ଆୟୋଜିତ ଯୁଗ୍ମ ଅଭିଯୋଗ ଶୁଣାଣିରେ ଯୋଗଦେବା ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର ନିରୀକ୍ଷଣ କରିଛନ୍ତି। ଟିଟିଲାଗଡ଼ ପଞ୍ଚାୟତ ସମିତି ବୈଠକ ଗୃହରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଉପସ୍ଥିତ ରହି ଲୋକଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ। ଜିଲ୍ଲାପାଳ ସମସ୍ତ ଅଭିଯୋଗ ପ୍ରତି ଧ୍ୟାନ ଦେବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସେଗୁଡ଼ିକର ଯଥାଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ଶିବିରରେ ମୋଟ ୬୧ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା; ସେଥିମଧ୍ୟରୁ ୪୨ଟି ବ୍ୟକ୍ତିଗତ ଏବଂ ୧୯ଟି ସାମୂହିକ ସମସ୍ୟା ଆଧାରିତ ଥିଲା। ଏହି ଅଭିଯୋଗଗୁଡ଼ିକ ମଧ୍ୟରୁ ୭ଟିର ତୁରନ୍ତ ସମାଧାନ କରାଯାଇଥିଲା।

ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ତରଣୀ ସୁନା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୁଣନିଧି ମଲ୍ଲିକ, ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କ ସମେତ ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ପରବର୍ତ୍ତୀ ସମୟରେ, ଜିଲ୍ଲାପାଳ ଟିଟିଲାଗଡ଼ସ୍ଥିତ ଗ୍ରାଫାଇଟ୍ ଇଣ୍ଡିଆ, ମେଘା ଗ୍ୟାସ୍ ପ୍ଲାଣ୍ଟ, ଜାଗୁଆ ଏବଂ ଶଗଡ଼ଘାଟସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ସେ ପାରିପାର୍ଶ୍ୱିକ ଉନ୍ନତିକରଣ ଏବଂ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ସମ୍ପୃକ୍ତ ଅଧିକାରୀ, ପରିଚାଳକ ଓ ପ୍ରଧାନଶିକ୍ଷକମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande