କେରଳର ନାମ ପରିବର୍ତନ କରି କେରଳମ୍ ରଖିବାକୁ ଲୋକସଭାରେ ବିଲ୍ ଆଗତ
ନୂଆଦିଲ୍ଲୀ, ଅଗଷ୍ଟ ୧୦ (ହି.ସ.) - କେରଳ ରାଜ୍ୟର ନାମ ପରିବର୍ତନ କରି କେରଳମ୍'' ରଖିବା ଲାଗି ସୋମବାର ଲୋକସଭାରେ ଏକ ବିଲ୍ ଆଗତ କରାଯାଇଛି। କେରଳ ବିଧାନସଭାର ସର୍ବସମ୍ମତ ଅନୁମୋଦନ ପାଇବା ପରେ, ଏହାକୁ ବର୍ତମାନ ସଂସଦକୁ ଅଣାଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ଗୃ
କେରଳର ନାମ ପରିବର୍ତନ କରି କେରଳମ୍ ରଖିବାକୁ ଲୋକସଭାରେ ବିଲ୍ ଆଗତ


ନୂଆଦିଲ୍ଲୀ, ଅଗଷ୍ଟ ୧୦ (ହି.ସ.) - କେରଳ ରାଜ୍ୟର ନାମ ପରିବର୍ତନ କରି କେରଳମ୍' ରଖିବା ଲାଗି ସୋମବାର ଲୋକସଭାରେ ଏକ ବିଲ୍ ଆଗତ କରାଯାଇଛି। କେରଳ ବିଧାନସଭାର ସର୍ବସମ୍ମତ ଅନୁମୋଦନ ପାଇବା ପରେ, ଏହାକୁ ବର୍ତମାନ ସଂସଦକୁ ଅଣାଯାଇଛି।

କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ଗୃହରେ ହଟ୍ଟଗୋଳ ମଧ୍ୟରେ କେରଳ (ନାମ ପରିବର୍ତନ) ବିଲ୍, ୨୦୨୬ ଉପସ୍ଥାପନ କରିଛନ୍ତି।

ଏହି ରାଜ୍ୟକୁ ପାରମ୍ପାରିକ ଭାବରେ ମାଲାୟାଲମ୍ ଭାଷାରେ କେରଳମ୍' ବୋଲି କୁହାଯାଏ ।ଏହି ସାଂସ୍କୃତିକ ପରିଚୟକୁ ସରକାରୀ ମାନ୍ୟତା ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହା ଅଧୀନରେ ଭାରତୀୟ ସମ୍ବିଧାନର ପ୍ରଥମ ଅନୁସୂଚୀରେ ଆବଶ୍ୟକ ସଂଶୋଧନ କରାଯିବ। ନାମ ପରିବର୍ତନ ସହିତ, ରାଜ୍ୟ ସମ୍ବନ୍ଧୀୟ ଅନ୍ୟାନ୍ୟ ସାମ୍ବିଧାନିକ ଏବଂ ପ୍ରଶାସନିକ ଦସ୍ତାବିଜରେ ମଧ୍ୟ ଆବଶ୍ୟକ ଆନୁସଙ୍ଗିକ ସଂଶୋଧନ ଅନ୍ତର୍ଭୁକ୍ତ ହେବ।

ଏଠାରେ ସ୍ମରଣଯୋଗ୍ୟ ଯେ କେରଳ ବିଧାନସଭା ୨୪ ଜୁନ୍, ୨୦୨୪ ରେ ସର୍ବସମ୍ମତିକ୍ରମେ ଏକ ସଂକଳ୍ପ ପାରିତ କରି କେନ୍ଦ୍ର ସରକାରଙ୍କୁ ରାଜ୍ୟର ନାମ ପରିବର୍ତନ କରିବାକୁ ଅନୁରୋଧ କରିଥିଲା। ଏହି ପ୍ରସ୍ତାବରେ କୁହାଯାଇଛି ଯେ ପ୍ରଥମ ଅନୁସୂଚୀରେ ସଂଶୋଧନ କରାଯାଉ ଏବଂ ଭାରତର ସମ୍ବିଧାନର ଧାରା ୩ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ରାଜ୍ୟର ନାମ କେରଳ' ରୁ କେରଳମ୍' କୁ ପରିବର୍ତନ କରାଯାଉ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande