ବର୍ଷାରେ ରାସ୍ତାରେ ଆଣ୍ଠୁଏ ପାଣି, ଛାତ୍ରଛାତ୍ରୀ ଓ ବ୍ୟବସାୟୀ ହନ୍ତସନ୍ତ
କେନ୍ଦ୍ରାପଡ଼ା, ୧୦ ଅଗଷ୍ଟ(ହି.ସ.) – ଲଘୁଚାପ ଜନିତ ବର୍ଷା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କରିଲୋପାଟଣା ଅଂଚଳର ସ୍କୁଲ ପଡ଼ିଆ ଦେଇ ଯାଉଥିବା ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଛି। ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଜୟରାମ ହାଇସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ସମେ
ବର୍ଷାରେ ରାସ୍ତାରେ ଆଣ୍ଠୁଏ ପାଣି, ଛାତ୍ରଛାତ୍ରୀ ଓ ବ୍ୟବସାୟୀ ହନ୍ତସନ୍ତ


କେନ୍ଦ୍ରାପଡ଼ା, ୧୦ ଅଗଷ୍ଟ(ହି.ସ.) – ଲଘୁଚାପ ଜନିତ ବର୍ଷା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କରିଲୋପାଟଣା ଅଂଚଳର ସ୍କୁଲ ପଡ଼ିଆ ଦେଇ ଯାଉଥିବା ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଛି। ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଜୟରାମ ହାଇସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ହାଟକୁ ପରିବା ବିକ୍ରି କରିବାକୁ ଆସୁଥିବା ବ୍ୟବସାୟୀ ଏବଂ ଆୟୁର୍ବେଦିକ ମେଡ଼ିକାଲକୁ ଯାଉଥିବା ଲୋକମାନେ ଏହି ରାସ୍ତାର ଦୁରବସ୍ଥା ଯୋଗୁଁ ବହୁତ ଅସୁବିଧା ଭୋଗୁଛନ୍ତି। ରାସ୍ତାରେ ପାଣି ଜମି ରହିବା ସହିତ ଯାତାୟାତ କଷ୍ଟକର ହୋଇପଡ଼ିଛି। ଛୋଟ ପିଲାମାନେ ସ୍କୁଲ, କଲେଜ ଓ ଅଙ୍ଗନୱାଡ଼ିକୁ ଯିବାରେ ମଧ୍ୟ ବହୁ ଅସୁବିଧା ହେଉଛି। ସ୍ଥାନୀୟ ବ୍ୟବସାୟୀ ଓ ଅଂଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘଦିନ ଧରି ରାସ୍ତାର ସମସ୍ୟା ରହିଥିଲେ ମଧ୍ୟ ପଂଚାୟତ ପକ୍ଷରୁ ଏପର୍ଯ୍ୟନ୍ତ ଆବଶ୍ୟକ ମରାମତି କରାଯାଇ ନାହିଁ। ବର୍ଷା ଦିନରେ ସମସ୍ୟା ଆହୁରି ଗୁରୁତର ହେଉଥିବାରୁ ତୁରନ୍ତ ରାସ୍ତା ଉଚ୍ଚା କରିବା ସହିତ ଜଳ ନିଷ୍କାସନର ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ପଂଚାୟତ ପ୍ରଶାସନ ନିକଟରେ ଦାବି କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande