ଲୋକସଭାରେ ଟ୍ରିବ୍ୟୁନାଲ ସଂସ୍କାର ବିଲ୍ ପାରିତ
ନୂଆଦିଲ୍ଲୀ, ୧୦ ଅଗଷ୍ଟ(ହି.ସ.) – ଲୋକସଭାରେ ସୋମବାର ଦିନ ଉତେଜନା ମଧ୍ୟରେ ଟ୍ରିବ୍ୟୁନାଲ ସଂସ୍କାର ବିଲ୍, ୨୦୨୬ ପାରିତ ହୋଇଛି। ଏହା ଏକ ଜାତୀୟ ଟ୍ରିବ୍ୟୁନାଲ କମିଶନ ଗଠନ ଏବଂ ବିଭିନ୍ନ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ନିଯୁକ୍ତି ଏବଂ ସେବା ସର୍ତାବଳୀ ପାଇଁ ଏକ ସମାନ ବ୍ୟବସ୍ଥା ପ୍ରଦାନ କରିଥ
ଲୋକସଭାରେ ଟ୍ରିବ୍ୟୁନାଲ ସଂସ୍କାର ବିଲ୍ ପାରିତ


ନୂଆଦିଲ୍ଲୀ, ୧୦ ଅଗଷ୍ଟ(ହି.ସ.) – ଲୋକସଭାରେ ସୋମବାର ଦିନ ଉତେଜନା ମଧ୍ୟରେ ଟ୍ରିବ୍ୟୁନାଲ ସଂସ୍କାର ବିଲ୍, ୨୦୨୬ ପାରିତ ହୋଇଛି। ଏହା ଏକ ଜାତୀୟ ଟ୍ରିବ୍ୟୁନାଲ କମିଶନ ଗଠନ ଏବଂ ବିଭିନ୍ନ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ନିଯୁକ୍ତି ଏବଂ ସେବା ସର୍ତାବଳୀ ପାଇଁ ଏକ ସମାନ ବ୍ୟବସ୍ଥା ପ୍ରଦାନ କରିଥାଏ।

ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ବିଲ୍କୁ ଉପସ୍ଥାପନ କରିଥିଲେ। ବିଲ୍ରେ ଦିଆଯାଇଥିବା ଉଦ୍ଦେଶ୍ୟ ଏବଂ କାରଣ ଅନୁଯାୟୀ ୨୦୨୧ ମସିହାରେ ଏହି ନୂତନ ଆଇନ ପ୍ରଣୟନ କରାଯାଇଥିଲା। ଏହା ଟ୍ରିବ୍ୟୁନାଲର ଚେୟାରପର୍ସନ ଏବଂ ସଦସ୍ୟଙ୍କ ଚୟନ ଏବଂ ନିଯୁକ୍ତି ପାଇଁ ପ୍ରକ୍ରିୟା ଏବଂ ସେମାନଙ୍କ ସେବାର ସର୍ତାବଳୀ ସ୍ଥିର କରିଥିଲା। ଏହାର କେତେକ ବ୍ୟବସ୍ଥାକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଥିଲେ। କୋର୍ଟ କହିଥିଲେ ଯେ ଏହି ବ୍ୟବସ୍ଥା ନ୍ୟାୟିକ ସ୍ୱାଧୀନତା ଏବଂ ସରକାରଙ୍କ କ୍ଷମତା ହସ୍ତାନ୍ତର ନୀତି ସହିତ ମେଳ ଖାଉନାହିଁ। ଏହାବ୍ୟତୀତ ଏକ ମୁକ୍ତ, ସ୍ୱଚ୍ଛ ଏବଂ ନିରପେକ୍ଷ ଢଙ୍ଗରେ ଟ୍ରିବ୍ୟୁନାଲରେ ନିଯୁକ୍ତି କରିବା ପାଇଁ ଏକ ଜାତୀୟ ଟ୍ରିବ୍ୟୁନାଲ କମିଶନ ଗଠନ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହାପରେ ସରକାର ୨୦୨୧ ଆଇନ୍କୁ ରଦ୍ଦ କରିବା ଏବଂ ଟ୍ରିବ୍ୟୁନାଲ ସଂସ୍କାର ବିଲ୍, ୨୦୨୬ ଉପସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହା ଏକ ଜାତୀୟ ଟ୍ରିବ୍ୟୁନାଲ କମିଶନ ଗଠନ ପାଇଁ ବ୍ୟବସ୍ଥା କରେ ଏବଂ ଯୋଗ୍ୟତା, ଚୟନ, ନିଯୁକ୍ତି, ଦରମା, ସେବା ସର୍ତାବଳୀ ଏବଂ ଟ୍ରିବ୍ୟୁନାଲର ଚେୟାରପର୍ସନ ଏବଂ ସଦସ୍ୟମାନଙ୍କୁ ହଟାଇବା ପାଇଁ ପ୍ରକ୍ରିୟା ସ୍ଥିର କରେ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande