ମହାନଦୀରେ ପ୍ରସ୍ତାବିତ ଅଯୋଧ୍ୟା ସରୋବର ଓ ରିଭର ଫ୍ରଣ୍ଟ ପ୍ରକଳ୍ପର ସମୀକ୍ଷା
ମହାନଦୀରେ ପ୍ରସ୍ତାବିତ ଅଯୋଧ୍ୟା ସରୋବର ଓ ରିଭର ଫ୍ରଣ୍ଟ ପ୍ରକଳ୍ପର ସମୀକ୍ଷା
ମହାନଦୀରେ ପ୍ରସ୍ତାବିତ ଅଯୋଧ୍ୟା ସରୋବର ଓ ରିଭର ଫ୍ରଣ୍ଟ ପ୍ରକଳ୍ପର ସମୀକ୍ଷା


ମହାନଦୀରେ ପ୍ରସ୍ତାବିତ ଅଯୋଧ୍ୟା ସରୋବର ଓ ରିଭର ଫ୍ରଣ୍ଟ ପ୍ରକଳ୍ପର ସମୀକ୍ଷା


ସମ୍ବଲପୁର,୧୦, ଅଗଷ୍ଟ (ହି.ସ.)ମହାନଦୀରେ ପ୍ରସ୍ତାବିତ ଅଯୋଧ୍ୟା ସରୋବର ଓ ରିଭର ଫ୍ରଣ୍ଟ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଜନସମ୍ପଦ ବିଭାଗର ପ୍ରମୁଖ ସଚିବ ଶୋଭା ଶର୍ମା। । ଏହି ଅବସରରେ ମହାନଦୀର କେଉଁ ସ୍ଥାନରେ ବ୍ୟାରେଜ ନିର୍ମାଣ ହେବ, ଏହାର ଲମ୍ବ, ଚଉଡ଼ା ଓ ଉଚ୍ଚତା କେତେ ରହିବ, ନିର୍ମାଣ ସମୟରେ ସହର ପ୍ରତି କୌଣସି ବିପଦ ସୃଷ୍ଟି ହେବ କି ନାହିଁ, ସେନେଇ ଆଲୋଚନା କରାଯାଇଥିଲା।

ପ୍ରସ୍ତାବିତ ବ୍ୟାରେଜ ନିର୍ମାଣ ହେଲେ ସମ୍ବଲପୁର ସହରର ଟ୍ରାଫିକ୍ ସମସ୍ୟା ହ୍ରାସ ପାଇବା ସହ ମହାନଦୀ କୂଳରେ ରିଭର ଫ୍ରଣ୍ଟ ବିକଶିତ କରାଯିବ। ଏହାଦ୍ୱାରା ସହରର ପର୍ଯ୍ୟଟନ ବିକାଶ ସହ ମହାନଦୀର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ନେଇ ମଧ୍ୟ ସମୀକ୍ଷା କରାଯାଇଥିଲା। ଏସମ୍ପର୍କରେ ଜିଲ୍ଲାପାଳ ସିଦ୍ଧେଶ୍ଵର ବୋଳିରାମ ବୋନ୍ଦର କହିଛନ୍ତି ମହାନଦୀରେ ପ୍ରସ୍ତାବିତ ଅଯୋଧ୍ୟା ସାଗର ପ୍ରକଳ୍ପର ଆଲାଇନମେଣ୍ଟ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ନିଯୁକ୍ତ ଏଜେନ୍ସି ପକ୍ଷରୁ ପ୍ରାଥମିକ କାର୍ଯ୍ୟ ଜାରି ରହିଛି। ବର୍ଷା ଋତୁ ଶେଷ ହେବା ପରେ ଭୂମିସ୍ତରରେ ସର୍ଭେ ଓ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ଏଥିସହ ମହାନଦୀ କୂଳରେ ପ୍ରସ୍ତାବିତ ରିଭର ଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପର ମଧ୍ୟ ସମୀକ୍ଷା କରାଯାଇଛି। ଏହା ଏକ ବୃହତ୍ ପ୍ରକଳ୍ପ ହୋଇଥିବାରୁ ଏହାର ଆଲାଇନମେଣ୍ଟ, ଜମି ଓ ଅନ୍ୟାନ୍ୟ ବୈଷୟିକ ଦିଗ ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରକଳ୍ପର ଆନୁମାନିକ ବ୍ୟୟ ୬୦୦ କୋଟିରୁ ଅଧିକ ହେବ ବୋଲି ଜଣାପଡ଼ିଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande