ୟୁଜିସି-ଏନ୍ଇଟି ଜୁନ୍ ୨୦୨୬ ଅସ୍ଥାୟୀ ଉତର କି ଚଳିତ ସପ୍ତାହରେ ପ୍ରକାଶ ପାଇବ
ନୂଆଦିଲ୍ଲୀ, ୧୦ ଅଗଷ୍ଟ(ହି.ସ.) – ଜାତୀୟ ପରୀକ୍ଷା ଏଜେନ୍ସି(ଏନ୍ଟିଏ) ସୋମବାର କହିଛି ଯେ ୟୁଜିସି-ଏନ୍ଇଟି ଜୁନ୍ ୨୦୨୬ ପରୀକ୍ଷାର ଅସ୍ଥାୟୀ ଉତର କି ଚଳିତ ସପ୍ତାହରେ ଏହାର ଅଫିସିଆଲ୍ ୱେବସାଇଟରେ ପ୍ରକାଶ ପାଇବ। ଏହାସହିତ ସିଏସ୍ଆଇଆର୍-ଏନ୍ଇଟି ଏବଂ ଆଇସିଏଆର୍ଏଆଇ ଇଇଏ(ପିଜି) ଏବଂ ଏଆଇସିଇ(ପିଏଚ୍ଡି) ୨୦
ୟୁଜିସି-ଏନ୍ଇଟି ଜୁନ୍ ୨୦୨୬ ଅସ୍ଥାୟୀ ଉତର କି ଚଳିତ ସପ୍ତାହରେ ପ୍ରକାଶ ପାଇବ


ନୂଆଦିଲ୍ଲୀ, ୧୦ ଅଗଷ୍ଟ(ହି.ସ.) – ଜାତୀୟ ପରୀକ୍ଷା ଏଜେନ୍ସି(ଏନ୍ଟିଏ) ସୋମବାର କହିଛି ଯେ ୟୁଜିସି-ଏନ୍ଇଟି ଜୁନ୍ ୨୦୨୬ ପରୀକ୍ଷାର ଅସ୍ଥାୟୀ ଉତର କି ଚଳିତ ସପ୍ତାହରେ ଏହାର ଅଫିସିଆଲ୍ ୱେବସାଇଟରେ ପ୍ରକାଶ ପାଇବ। ଏହାସହିତ ସିଏସ୍ଆଇଆର୍-ଏନ୍ଇଟି ଏବଂ ଆଇସିଏଆର୍ଏଆଇ ଇଇଏ(ପିଜି) ଏବଂ ଏଆଇସିଇ(ପିଏଚ୍ଡି) ୨୦୨୬ ପରୀକ୍ଷାର ଅସ୍ଥାୟୀ ଉତର କି ମଧ୍ୟ ଜାରି କରାଯିବ।

ଏନ୍ଟିଏ ଦ୍ୱାରା ଜାରି କରାଯାଇଥିବା ସାର୍ବଜନୀନ ବିଜ୍ଞପ୍ତି ଅନୁଯାୟୀ, ପ୍ରାର୍ଥୀମାନେ ଉତର କି ପ୍ରକାଶ ପାଇବା ପରେ ଏହାକୁ ଦେଖିପାରିବେ ଏବଂ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପ୍ରାସଙ୍ଗିକ ପ୍ରଶ୍ନ କିମ୍ବା ଉତର ଉପରେ ଆପତି ଉଠାଇ ପାରିବେ। ଉତର କି ଦେଖିବା ଏବଂ ଚ୍ୟାଲେଞ୍ଜ କରିବା ସମ୍ବନ୍ଧୀୟ ବିସ୍ତୃତ ନିର୍ଦ୍ଦେଶାବଳୀ ଏହାର ପ୍ରକାଶନ ସମୟରେ ଉପଲବ୍ଧ କରାଯିବ।

ଏନ୍ଟିଏ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦେଇଛି ଯେ ଉତର କି ଏବଂ ଅନ୍ୟାନ୍ୟ ପରୀକ୍ଷା ସମ୍ବନ୍ଧୀୟ ସୂଚନା ପାଇଁ ନିୟମିତ ଭାବରେ ଏନ୍ଟିଏର ଅଫିସିଆଲ୍ ୱେବସାଇଟ୍ ଯାଂଚ କରନ୍ତୁ ଏବଂ କେବଳ ଏନ୍ଟିଏ ଦ୍ୱାରା ପ୍ରକାଶିତ ଅଫିସିଆଲ୍ ବିଜ୍ଞପ୍ତି ଉପରେ ନିର୍ଭର କରନ୍ତୁ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande