
ଭୁବନେଶ୍ୱର, ୧୦ ଅଗଷ୍ଟ (ହି.ସ) - ଭୁବନେଶ୍ୱର ୟୁନିଟ୍-୧ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୋମବାର ଦିନ ଜାତୀୟ କୃମିନାଶକ ଦିବସ (ଏନଡିଡି)ର ରାଜ୍ୟସ୍ତରୀୟ ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ କୃମିନାଶକ ଔଷଧ ପ୍ରଦାନ କରାଯିବା ସହ କୃମି ସଂକ୍ରମଣ ପ୍ରତିରୋଧ, ବ୍ୟକ୍ତିଗତ ସ୍ୱଚ୍ଛତା ଓ ପୋଷଣ ସମ୍ପର୍କିତସଚେତନତା ବାର୍ତା ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ୍ )ର ମିଶନ ନିର୍ଦ୍ଦେଶିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ, ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶକ,ଏସଆଇଏଚ ଆଣ୍ଡ ଏଫଡବ୍ଲୁ ନିର୍ଦ୍ଦେଶକ, ଭାରତ ସରକାରଙ୍କ ଏନସିଡିସିର ଡା. ସସ୍ମିତା ଦୋରା, ଓସେପାର ଯୁଗ୍ମ ନିର୍ଦ୍ଦେଶକ (ଆଇଇ), ଅତିରିକ୍ତ ଶିଶୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ (ନ୍ୟୁଟ୍ରିସନ୍ )ଙ୍କ ସମେତ ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
.....,
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା