ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ସୌମ୍ୟେଶ ଆଚାର୍ଯ୍ୟ
New-tourism-officer-Jharsuguda
New tourism office in Jharsuguda


ଝାରସୁଗୁଡ଼ା, ୧୦ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ (ଟୁରିଜିମ୍ ଡେଭଲପମେଣ୍ଟ ଅଫିସର) ଭାବେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ସୌମ୍ୟେଶ ଆଚାର୍ଯ୍ୟ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। କାର୍ଯ୍ୟାଳୟରେ ଯୋଗଦାନ କରିବା ପରେ ସେ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ଭିତ୍ତିଭୂମି ବିକାଶ, ପ୍ରାକୃତିକ ଓ ଐତିହାସିକ ସ୍ଥାନଗୁଡ଼ିକର ନବୀକରଣ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ନୂତନ ସମ୍ଭାବନାର ସୃଷ୍ଟି ପାଇଁ ପ୍ରଶାସନିକ ସ୍ତରରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଶ୍ରୀ ଆଚାର୍ଯ୍ୟ ବର୍ତ୍ତମାନ ଝାରସୁଗୁଡ଼ା ଜିଲ୍ଲାର ଡେପୁଟି କଲେକ୍ଟର ଭାବେ ପଦସ୍ଥ ଅଛନ୍ତି। ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଦାୟିତ୍ୱ ସହିତ ସେ ସ୍ପେଶାଲ ଲ୍ୟାଣ୍ଡ ଏକ୍ୱିଜିସନ ଅଫିସର ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande