
ଗଂଜାମ, 10 ଅଗଷ୍ଟ (ହି.ସ.) ଗଞ୍ଜାମ ଋଷିକୂଲ୍ୟା ନଦୀରୁ ଜଳ ଉଠାଇବା ପାଇଁ ଜଗଦଲପୁର ଗ୍ରାମରୁ କିଛି କାଉଡ଼ିଆ ଓ ସେମାନଙ୍କର କେତକ ସହଯୋଗୀ ଏକ ଟାଟା ଏସିଇ ଗାଡ଼ିରେ ଗତକାଲି ଯାଉଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ ଚମାଖଣ୍ଡି ଥାନା ୧୬ନମ୍ଵର ଜାତୀୟ ରାଜପଥ ଉପରେ ମାୟାପାଟଣା ଛକରେ ଓଲଟି ପଡିଥିଲା। ଫଳରେ ଗାଡ଼ି ଚାଳକ ସମେତ ୧୩ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଚାଳକ ଓ ତିନି ଜଣ ଗୁରୁତର ଥିବାରୁ ସେମାନଙ୍କ ଚିକିତ୍ସା ପାଇଁ ଆମ୍ଵୂଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି। ଏହି କାଉଡ଼ିଆମାନେ ପାଣି ଉଠାଇବା ପରେ ଆଜି ଅଲେଶ୍ୱର ଶିଵଙ୍କୁ ଜଳ ଲାଗି କରିବା ପୂର୍ବରୁ ଏହି ଦୁଃଖଦ ଦୁର୍ଘଟଣା ଘଟିଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ