


ବଲାଙ୍ଗିର, 10 ଅଗଷ୍ଟ (ହି.ସ.)
ବଲାଙ୍ଗିର ପ୍ରସନ୍ନ ବିହାର ସ୍ଥିତ ସଙ୍ଗୀତ, ନୃତ୍ୟ ଅନୁଷ୍ଠାନ ନାଦନିକୁଞ୍ଜ ପରିସର ରେ ପଣ୍ଡିତ ବିଷ୍ଣୁ ନାରାୟଣ ଭାତଖଣ୍ଡେ ଙ୍କ ଜୟନ୍ତି ପାଳନ ୧୦ ତାରିଖ ସନ୍ଧ୍ୟା ରେ କରାଯାଇ ଥିଲା, ଈ.ହରିଶ୍ଚନ୍ଦ୍ର ମହାନ୍ତି,ଡ. ଭୋଜରାଜ ସାହୁ, ଗୁରୁଶ୍ରୀ ଶୁଭ୍ରାଂଶୁ ଶେଖର ମିଶ୍ର, ଗୁରୁଶ୍ରୀ ପ୍ରାଣ ପ୍ରକାଶ ଦାସ, ଗୁରୁଶ୍ରୀ ଡି. ଶଙ୍କର ନାରାୟଣ ମୂର୍ତ୍ତି, ଗୁରୁଶ୍ରୀ ଜୟ ପ୍ରକାଶ ପୂଝାରୀ, ଗୁରୁ ଶ୍ରୀ ରବୀନ୍ଦ୍ର କୁମାର ଜେନା ଙ୍କ ଦୀପ ପ୍ରଜ୍ବଳନ ପରେ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା । ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଗୁରୁ ବନ୍ଦନା ସାମୂହିକ ଭାବେ କରାଯାଇଥିଲା, ପରେ ପରେ ବିଶିଷ୍ଟ ବଂଶୀ ବାଦକ ଶ୍ରୀ ସତମନ୍ୟୁ ମିଶ୍ର ପଣ୍ଡିତ ବିଷ୍ଣୁ ନାରାୟଣ ଭାତଖଣ୍ଡେ ଙ୍କ ବିଷୟରେ ସ୍ମୃତି ଚାରଣା କରିଥିଲେ । କାର୍ଯ୍ୟକ୍ରମ ରେ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ ଓ ବଂଶିରେ ଯୁଗଲ ବନ୍ଦୀ ଗୁରୁଶ୍ରୀ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଗୁରୁ ଶ୍ରୀ ଶତମନ୍ୟୁ ମିଶ୍ର ରାଗ ୟମନ୍ ପରିବେଷଣ କରି ଶ୍ରୋତା ମାନଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ, ତବଲା ରେ ସହଯୋଗ କରିଥିଲେ ଗୁରୁ ଶ୍ରୀ ପ୍ରାଣ ପ୍ରକାଶ ଦାସ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶ୍ରୀ ପ୍ରଭଞ୍ଜନ ରାୟଗୁରୁ ଓ ଡି. ଶଙ୍କର ନାରାୟଣ ମୂର୍ତ୍ତି, ଅମିୟ, ରୋନକ, ଅନୁରାଗ, ଡୁଲେଶ୍ବର୍, ନିହାର, କୃଷ୍ଣ କୁମାର, ତନ୍ମୟ । ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଅଂଶିକା, ଦିବ୍ୟାଶି, ରୁଦ୍ରାଣି, ରୁକୁଣି, ଅନୁରାଧା ଆଦି ସମସ୍ତେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉପୋଭୋଗ କରି ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ