
ଭଦ୍ରକ, ୧୦ ଅଗଷ୍ଟ (ହି.ସ.) - ଏହି ଜିଲାର ବନ୍ତ ମଣ୍ଡଳର ସାଂଗଠନିକ ବୈଠକ ଜଳ ସେଚନ କାର୍ଯ୍ୟାଳୟ ସମ୍ମୁଖ ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସାଧାରଣ ସମ୍ପାଦକ ପୂର୍ବତନ ସରପଂଚ ଆନନ୍ଦଚନ୍ଦ୍ର ଓଝାଙ୍କ ଆବାହକତ୍ୱରେ ସଭାପତି ସନ୍ତୋଷ ନାୟକ ଅଧ୍ୟକ୍ଷତା କରିଥିଲେ । ଦଳର ଭଣ୍ଡାରିପୋଖରୀ ବିଧାନସଭା ନେତା ଡ. ସୁଧାଂଶୁ ଶେଖର ନାୟକ , ଟିଲୋ ସମିତି ସଭ୍ୟ ସୁଜାତା ସେଠୀ, ପୂର୍ବତନ ସରପଂଚ କୃପାସିନ୍ଧୁ ସେଠୀ, କାଦବରାଙ୍ଗ ସୋସାଇଟି ସଭାପତି ବାସୁଦେବ ଜେନା, ପୂର୍ବତନ ସମିତିସଭ୍ୟ ରମେଶ ଚନ୍ଦ୍ର ପହି, ବରୁଣ ନାୟକ,ବସନ୍ତ ବିଶ୍ୱାଳ, ଲକ୍ଷ୍ମୀଧର ପାଗଳ, ଅଭୟ ସ୍ୱାଇଁ, ଧନଞ୍ଜୟ ବିଶ୍ୱାଳ, ଯଶୋବନ୍ତ ସାହିୁ ପ୍ରମୁଖ ସାଂଠନିକ ଆଲୋଚନା କରିଥିଲେ । ଏସ୍ଆଇଆର କାର୍ଯ୍ୟର ତ୍ୱରାନିତ, ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ସାଂଗଠନିକ ଅଭିବୃଦ୍ଧି ସହ ଆସନ୍ତା ୧୨ ତାରିଖ ହର ଘର ତ୍ରିିରଙ୍ଗା ଶୋଭାଯାତ୍ରା ଗଣିଜାଙ୍ଗ ତାରିଣୀ ମନ୍ଦିର ଠାରୁ ଶ୍ରୀବନ୍ତପୁର ତାରିଣୀ ମନ୍ଦିର ପର୍ଯ୍ୟନ୍ତ କରାଯିବାକୁ ନିଷ୍ପତି ହୋଇଥିଲା । ଏହି ଅବସରରେ ବିଜେପିର ବରିଷ୍ଠ ନେତ୍ରୀ ରିତାରାଣୀ ବେହେରା ବନ୍ତ ମଣ୍ଡଳର ମହିଳା ସଭାନେତ୍ରୀ ଭାବେ ମନୋନୀତ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମସ୍ତଙ୍କ ସହମତିରେ ନିଜର ଉପଲବ୍ଧିକୁ ନେଇ ଦଳ ପାଇଁ କାର୍ଯ୍ୟ କରିବେ ବୋଲି ସମ୍ବର୍ଦ୍ଧନାର ଉତରରେ ସେ କହିଥିବା ବେଳେ ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ, ଭଦ୍ରକ ସାଂସଦ ଅଭିିମନ୍ୟୁ ସେଠୀ, ଜିଲ୍ଲା ସଭାପତି ଭଗବାନ ପଣ୍ଡା,ଭଣ୍ଡାରିପୋଖରି ବିଧାନସବା ବିଜେପି ନେତା ଡ. ସୁଧାଂଶୁ ଶେଖର ନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ପ୍ରକାଶଥାଉକି ଏଥି ପୂର୍ବରୁ ଶ୍ରୀମତି ବେହେରା ଜିଲ୍ଲା ଓ ବ୍ଲକ ସ୍ତରରେ ବିଭିନ୍ନ ପଦ ପଦବୀରେ ରହି ଦଳୀୟ କାର୍ଯ୍ୟକୁ ଆଗେଇ ନେଇଥିବା ବେଳେ ନୂତନ ଦାୟିତ୍ୱକୁ ସଠିକ୍ ଢଙ୍ଗରେ ତୁଲାଇବ ବୋଲି ଦଳ ଆଶା ରଖିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ