
ପଟ୍ଟାମୁଣ୍ଡାଇ, ୧୦ ଅଗଷ୍ଟ (ହି.ସ.)- ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ଚାଷୀଙ୍କ ବିଷ ପିଇବା ପାଇଁ ଉଦ୍ୟମ । କାବୁ କରିନେଲା ପୁଲିସ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆ ଓ ଢୋଲମରା ଗାଁ ର ଦୁଇ ଚାଷୀ ଗଣେଶ ଚନ୍ଦ୍ର ଓ ରାମକୃଷ୍ଣ ମଣ୍ଡଳ ଦୁଇ ଚାଷୀ ଆଜି ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ବିଷ ପିଇବା ପାଇଁ ଉଦ୍ୟମ କରିଥିଲେ।
ଅଭିଯୋଗ ମୁତାବକ, ତାଙ୍କ ଚାଷଜମିକୁ ଲାଗି ବେଆଇନ ଭାବେ ଚିଙ୍ଗୁଡ଼ି ଘେରି ଗଢି ଉଠିଛି। ଚିଙ୍ଗୁଡ଼ି ଘେରିର ବିଶାକ୍ତ ଓ ଲୁଣି ପାଣି ମାଡି ଯିବାରୁ ବର୍ଷବର୍ଷ ଧରି ତାଙ୍କ ଫସଲ ଉଜୁଡି ଯାଉଛି। ଏନେଇ ସେ ବାରମ୍ବାର ଜିଲ୍ଲାପାଳ ଓ ଡ଼ିଏଫଓଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ନମିଳିବାରୁ ଆଜି ବାଧ୍ୟ ହୋଇ ସେ ବିଷପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଯାହାକୁ ଉପସ୍ଥିତ ଥିବା ପୁଲିସ କାବୁ କରିନେଇଥିଲା।
ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ