ଗୁଜରାଟରେ ରେସିଡେଂଟ ଡାକ୍ତରଙ୍କ ଆତ୍ମହତ୍ୟା ମାମଲାରେ ରାଗିଂର ଖୁଲାସା, ୪ ସିନିୟର ଡାକ୍ତର ଛଅ ମାସ ପାଇଁ ନିଲମ୍ବିତ
ସୁରତ, ୧୦ ଅଗଷ୍ଟ (ହି.ସ.)- ଗୁଜରାଟର ସୁରତର ନୂଆ ସିଭିଲ ହସ୍ପିଟାଲରେ ୨୯ ବର୍ଷୀୟ ରେସିଡେଂଟ ଡାକ୍ତର ଡା. ହର୍ଷ ପଣ୍ଡ୍ୟାଙ୍କ ଆତ୍ମହତ୍ୟା ମାମଲାରେ ତଦନ୍ତ ସମୟରେ ରାଗିଂର ଗମ୍ଭୀର ମାମଲା ସାମ୍ନାକୁ ଆସିଛି। ଏହି ମାମଲାରେ କମିଟିର ରିପୋର୍ଟ ଆଧାରରେ ଚାରିଜଣ ସିନିୟର ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି
ଗୁଜରାଟରେ ରେସିଡେଂଟ ଡାକ୍ତରଙ୍କ ଆତ୍ମହତ୍ୟା ମାମଲାରେ ରାଗିଂର ଖୁଲାସା, ୪ ସିନିୟର ଡାକ୍ତର ଛଅ ମାସ ପାଇଁ ନିଲମ୍ବିତ


ସୁରତ, ୧୦ ଅଗଷ୍ଟ (ହି.ସ.)- ଗୁଜରାଟର ସୁରତର ନୂଆ ସିଭିଲ ହସ୍ପିଟାଲରେ ୨୯ ବର୍ଷୀୟ ରେସିଡେଂଟ ଡାକ୍ତର ଡା. ହର୍ଷ ପଣ୍ଡ୍ୟାଙ୍କ ଆତ୍ମହତ୍ୟା ମାମଲାରେ ତଦନ୍ତ ସମୟରେ ରାଗିଂର ଗମ୍ଭୀର ମାମଲା ସାମ୍ନାକୁ ଆସିଛି। ଏହି ମାମଲାରେ କମିଟିର ରିପୋର୍ଟ ଆଧାରରେ ଚାରିଜଣ ସିନିୟର ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି।

ଏହି ନିଲମ୍ବିତ ଡାକ୍ତରମାନଙ୍କୁ ହସ୍ପିଟାଲ ଏବଂ ପିଜି ହଷ୍ଟେଲ ପରିସରରେ ପ୍ରବେଶ ସହିତ ସମସ୍ତ ପ୍ରକାରର ଶିକ୍ଷଣ ଏବଂ ଶୈକ୍ଷିକ କାର୍ଯ୍ୟକଳାପରୁ ମଧ୍ୟ ଛଅ ମାସ ପାଇଁ ଦୂରେ ରଖାଯାଇଛି। ପୁଲିସ ମାମଲାର ତଦନ୍ତରେ ଲାଗିଛି।

ମୂଳତଃ ଅରବଲ୍ଲୀ ଜିଲ୍ଲାର ମୋଡାସା ନିବାସୀ ଡା. ହର୍ଷ ସୁଭାଷଚନ୍ଦ୍ର ପଣ୍ଡ୍ୟା ସୁରତ ସରକାରୀ ମେଡିକାଲ କଲେଜର ମାଇକ୍ରୋବାୟୋଲୋଜି ବିଭାଗର ପ୍ରଥମ ବର୍ଷର ରେସିଡେଟ ଡାକ୍ତର ଥିଲେ। ସେ ନୂଆ ସିଭିଲ ହସ୍ପିଟାଲ ପରିସରସ୍ଥିତ ବଏଜ ପିଜି ହଷ୍ଟେଲରେ ରହୁଥିଲେ। ଗତ ୯ ଅଗଷ୍ଟ ସକାଳେ ଡା. ହର୍ଷ ଡ୍ୟୁଟିରେ ପହଂଚନଥିଲେ। ଜଣେ ସିନିୟର ଡାକ୍ତର ତାଙ୍କୁ ଫୋନ କରିଥିଲେ, କିନ୍ତୁ ମୋବାଇଲ ବନ୍ଦ ମିଳିଥିଲା। ଏହା ପରେ ସାଥୀ ରେସିଡେଂଟ ଡାକ୍ତରଙ୍କୁ ତାଙ୍କ ହଷ୍ଟେଲସ୍ଥିତ କୋଠରୀକୁ ପଠାଯାଇଥିଲା। କବାଟ ଭିତରୁ ବନ୍ଦ ଥିଲା। ବହୁ ପ୍ରୟାସ ପରେ ମଧ୍ୟ କବାଟ ନ ଖୋଲିବାରୁ ସୁରକ୍ଷା କର୍ମଚାରୀଙ୍କ ସହାୟତାରେ କବାଟ ଭଙ୍ଗାଯାଇଥିଲା। ଭିତରେ ଡା. ହର୍ଷଙ୍କୁ ଫାଶୀରେ ଝୁଲିଥିବା ଅବସ୍ଥାରେ ମିଳିଥିଲା।

ଘଟଣାର ସୂଚନା ମିଳିବା ମାତ୍ରେ ହସ୍ପିଟାଲ ପ୍ରଶାସନ ଏବଂ ଖଟୋଦରା ପୁଲିସ ଘଟଣାସ୍ଥଳରେ ପହଂଚିଥିଲେ। ମାମଲାର ଗମ୍ଭୀରତାକୁ ଦେଖି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଫୁଲ ପାନସେରିଆ ନୂଆ ସିଭିଲ ହସ୍ପିଟାଲର ଚିକିତ୍ସା ଅଧୀକ୍ଷକ ଏବଂ ମେଡିକାଲ କଲେଜର ଡିନଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଡା. ହର୍ଷଙ୍କ ପିତା ସୁଭାଷଚନ୍ଦ୍ର ପଣ୍ଡ୍ୟା କହିଛନ୍ତି ଯେ ତାଙ୍କ ପୁଅ ସିନିୟରମାନଙ୍କ ଦ୍ୱାରା ହେଉଥିବା ଅସୁବିଧା ବିଷୟରେ କେବେ କେବେ ଉଲ୍ଲେଖ କରୁଥିଲେ, ଯଦିଓ ସେ ଏହା ମଧ୍ୟ କହୁଥିଲେ ଯେ କୌଣସି ବଡ଼ ସମସ୍ୟା ନାହିଁ। କୁହାଯାଇଛି ଯେ ଡା. ହର୍ଷ ଚଳିତ ବର୍ଷ ଫେବୃଆରୀରେ ମାଇକ୍ରୋବାୟୋଲୋଜି ବିଭାଗରେ ପ୍ରବେଶ ନେଇଥିଲେ। ତାଙ୍କର ନିର୍ବନ୍ଧ ହୋଇସାରିଥିଲା ଏବଂ ଡିସେମ୍ବରରେ ବିବାହ ପ୍ରସ୍ତାବିତ ଥିଲା। ଘଟଣାରେ ପରିବାରରେ ଶୋକର ପରିବେଶ ରହିଛି।

-----------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande