
ମୁଖୀଗୁଡା,୧୦ ଅଗଷ୍ଟ (ହିସ) - କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମଙ୍ଗଳପୁର ପଂଚାୟତ ଅନ୍ତର୍ଗତ ରାଣିବାହାଲ ଗୋଜିଆପଡାବାସୀ ରାସ୍ତା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।ଏବେ ବର୍ଷା ଯୋଗୁଁ ଡାହାଣମୁଖ୍ୟ କେନାଲ ଠାରୁ ପଡା ଭିତରକୁ ଯିବା କଷ୍ଟ କର ହୋଇ ପଡୁଛି । ରାସ୍ତା ମରାମତି ହେବ ବୋଲି ମାଟିମିଶା ବାଲି ରାସ୍ତା ମଝିରେ ପକା ଯାଇଥିବାରୁ ଆଉ ଚାରିଚକିଆ ଯାନ ପଡା ଭିତରକୁ ଯାଇ ପାରୁନାହିଁ । ଗତ ବର୍ଷ ମଧ୍ୟ ରାସ୍ତାରେ କାଦୁଅ ପାଇଁ ଯିବା ଆସିବା କରି ହେଉନଥିଲା ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କିଛି ବାଲି ପକା ଯାଇଥିଲା ହେଲେ ସମସ୍ୟାର ସମାଧାନ ହୋଇନଥିଲା । ଏବେ ବର୍ଷାରେ ଡାହାଣ ମୁଖ୍ୟ କେନାଲ ଠାରୁ ପଡା ଭିତରକୁ ଯିବା ଆସିବା କଷ୍ଟକର ହୋଇ ପଡୁଛି । ଗତ ୧ମାସ ତଳେ ରାସ୍ତା କାମ ହେବ ବୋଲି ବାଲି ରାସ୍ତା ମଝିରେ ବିଭିନ୍ନ ସ୍ଥାନରେ ଗଦା କରାଗଲା ହେଲେ ବିଛା ଯାଉ ନାହିଁ ଲୋକଙ୍କୁ ବାଲି ଗଦା ଉପରେ ବିପଦ ସଂକୁଳ ଭାବରେ ଯିବା ଆସିବା କରିବାକୁ ପଡୁଛି । ବାଲି ପଡ଼ିଥିଲେ ହେଁ କୌଣସି ସ୍ଥାନରେ ସୂଚନା ଫଳକ ଦିଆଯାଇ ନଥିବାରୁ କେଉଁ କାମ ହେବ,କେବେ ହେବ , କେତେ ଟଙ୍କାର କାମ ହେବ କେହି ଜାଣି ପାରୁ ନାହାନ୍ତି । ତୁରନ୍ତ ରାସ୍ତା ମରାମତି କରାଯିବା ପାଇଁ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ନିହାର