କାଦୁଅ ରାସ୍ତା ପାଇଁ ହୀନସ୍ତା କଗୋପଡ଼ା ବାସୀ
ମୁଖୀଗୁଡା,୧୦ ଅଗଷ୍ଟ (ହି.ସ) - କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉଚ୍ଛଳା ପଂଚାୟତର ୮ ନମ୍ବର ୱାର୍ଡ ଅନ୍ତର୍ଗତ ଘଂଟିଗୁଡ଼ାରୁ କଗୋପଡ଼ାକୁ ସଂଯୋଗ କରୁଥିବା ପ୍ରାୟ ଏକ କିଲୋମିଟର ରାସ୍ତା ବର୍ଷା ଦିନେ ସମ୍ପୂର୍ଣ୍ଣ କାଦୁଅ ମୟ ହୋଇପଡ଼ିଛି। ଫଳରେ ଗ୍ରାମବାସୀଙ୍କ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହେଉ
କଗୋପଡା ରାସ୍ତା


ମୁଖୀଗୁଡା,୧୦ ଅଗଷ୍ଟ (ହି.ସ) - କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉଚ୍ଛଳା ପଂଚାୟତର ୮ ନମ୍ବର ୱାର୍ଡ ଅନ୍ତର୍ଗତ ଘଂଟିଗୁଡ଼ାରୁ କଗୋପଡ଼ାକୁ ସଂଯୋଗ କରୁଥିବା ପ୍ରାୟ ଏକ କିଲୋମିଟର ରାସ୍ତା ବର୍ଷା ଦିନେ ସମ୍ପୂର୍ଣ୍ଣ କାଦୁଅ ମୟ ହୋଇପଡ଼ିଛି। ଫଳରେ ଗ୍ରାମବାସୀଙ୍କ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ବହୁବର୍ଷ ଧରି ରାସ୍ତାର ମରାମତି ନ ହେବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଉଚ୍ଛଳା ପଂଚାୟତ ଘଂଟିଗୁଡ଼ାରୁ କଗୋପଡ଼ାକୁ ଯାଇଥିବା ରାସ୍ତା ଏବେ ଲୋକଙ୍କ ପାଇଁ ଦୁଃଖର କାରଣ ପାଲଟିଛି। ପ୍ରାୟ ୫୦ଟି ପରିବାର ର ୨୦୦ରୁ ଉର୍ଦ୍ଧ ଲୋକ ଏହି ରାସ୍ତା ଉପରେ ନିର୍ଭରଶୀଳ। ବର୍ଷା ହେଲେ ରାସ୍ତା କାଦୁଅରେ ପରିଣତ ହେଉଥିବାରୁ ସ୍କୁଲ ଛାତ୍ରଛାତ୍ରୀ, ବୃଦ୍ଧ, ରୋଗୀ ଓ ସାଧାରଣ ଲୋକଙ୍କ ଯାତାୟାତରେ ବହୁତ କଷ୍ଟ ସହିିିବାକୁ ପଡ଼ୁଛି। ଅନେକ ସମୟରେ ଲୋକେ ରାସ୍ତାରେ ପଡି ଆହତ ହେଉଥିବା ଅଭିଯୋଗ ମଧ୍ୟ ରହିଛି। ସ୍ଥାନୀୟ ଲୋକେ ବହୁବାର ପ୍ରଶାସନ ଓ ଜନପ୍ରତିନିଧିଙ୍କ ଦୃଷ୍ଟିଆକର୍ଷଣ କରିଥିଲେ ମଧ୍ୟ ରାସ୍ତାର ସ୍ଥାୟୀ ମରାମତି କିମ୍ବା ପକ୍କାକରଣ ହୋଇନାହିଁ। ତେଣୁ ଶୀଘ୍ର ଏହି ରାସ୍ତାର ଉନ୍ନତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande