ସ୍ୱତନ୍ତ୍ର ସଘନ ସଂଶୋଧନ ଫର୍ମ ଗ୍ରହଣ, ଯାଂଚ ଓ ପରିଚାଳନା ନେଇ ବୈଠକ
ବଲାଙ୍ଗୀର, ୧୦ ଅଗଷ୍ଟ(ହି.ସ.) – ସ୍ୱତନ୍ତ୍ର ସଘନ ସଂଶୋଧନ (ଝଓଜ)-୨୦୨୬ ପ୍ରକ୍ରିୟାରେ ଦାବି ଓ ଆପତି ଅବଧି ସମୟରେ ଫର୍ମ-୬, ଫର୍ମ-୭ ଓ ଫର୍ମ-୮ ଗ୍ରହଣ, ଯାଂଚ ଓ ପରିଚାଳନା ନେଇ ବଲାଙ୍ଗୀରରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅତିରିକ୍ତ ଜ
ସ୍ୱତନ୍ତ୍ର ସଘନ ସଂଶୋଧନଫର୍ମ ଗ୍ରହଣ, ଯାଞ୍ଚ ଓ ପରିଚାଳନା ନେଇ ଵୈଠକ


ବଲାଙ୍ଗୀର, ୧୦ ଅଗଷ୍ଟ(ହି.ସ.) – ସ୍ୱତନ୍ତ୍ର ସଘନ ସଂଶୋଧନ (ଝଓଜ)-୨୦୨୬ ପ୍ରକ୍ରିୟାରେ ଦାବି ଓ ଆପତି ଅବଧି ସମୟରେ ଫର୍ମ-୬, ଫର୍ମ-୭ ଓ ଫର୍ମ-୮ ଗ୍ରହଣ, ଯାଂଚ ଓ ପରିଚାଳନା ନେଇ ବଲାଙ୍ଗୀରରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଡାଃ ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ବଲାଙ୍ଗୀର ଉପଜିଲ୍ଲାପାଳ ତଥା ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଆଲୋକ କୁମାର ପଟେଲ, ଡେପୁଟି କଲେକ୍ଟର(ନିର୍ବାଚନ) ସୂର୍ଯ୍ୟକାନ୍ତ ପରିଡା, ସହକାରୀ ପଞ୍ଜୀକରଣ ନିର୍ବାଚକ ଅଧିକାରୀ ଜୟକୃଷ୍ଣ ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝି ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ସ୍ୱୀକୃତିପ୍ରାପ୍ତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନେ ମଧ୍ୟ ଉପସ୍ଥିତ ଥିଲେ।

ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ ଦାବି ଓ ଆପତି ଅବଧିରେ ଫର୍ମ-୯,୧୦, ୧୧, ୧୧ କ, ଓ ୧୧ଖର ସଠିକ୍ ଗ୍ରହଣ, ଯାଂଚ ଏବଂ ପରିଚାଳନା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଗ୍ରହଣ କରାଯାଉଥିବା ଫର୍ମଗୁଡ଼ିକର ନିୟମାନୁଯାୟୀ ଯାଂଚ ଓ ପରବର୍ତୀ ପ୍ରକ୍ରିୟାକରଣ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ଏସ୍ଆଇଆର୍-୨୦୨୬ ପ୍ରକ୍ରିୟାର ସୁଚାରୁ କାର୍ଯ୍ୟକାରିତା ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଓ ଆଶଙ୍କା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ବୈଠକରେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande