ରାଉରକେଲା ରେଳ ଷ୍ଟେସନରେ ସେଡ୍ ଭୁଶୁଡ଼ିଲା, ୩ ଆହତ
ରାଉରକେଲା, ୧୦ ଅଗଷ୍ଟ (ହି.ସ.)- ରାଉରକେଲା ରେଳ ଷ୍ଟେସନରେ ଘଟିଛି ଅଘଟଣ । ଲଗାଣ ବର୍ଷାରେ ଆଜି ସକାଳେ ୧ ନମ୍ବର ପ୍ଲାଟଫର୍ମ ବାହାରେ ଥିବା ସେଡ୍ ଭୁଶୁଡ଼ି ପଡିଛି । ସେଡ୍ ତଳେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ଦମ୍ପତିଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇ
ରାଉରକେଲା ରେଳ ଷ୍ଟେସନରେ ସେଡ୍ ଭୁଶୁଡ଼ିଲା, ୩ ଆହତ


ରାଉରକେଲା, ୧୦ ଅଗଷ୍ଟ (ହି.ସ.)- ରାଉରକେଲା ରେଳ ଷ୍ଟେସନରେ ଘଟିଛି ଅଘଟଣ । ଲଗାଣ ବର୍ଷାରେ ଆଜି ସକାଳେ ୧ ନମ୍ବର ପ୍ଲାଟଫର୍ମ ବାହାରେ ଥିବା ସେଡ୍ ଭୁଶୁଡ଼ି ପଡିଛି । ସେଡ୍ ତଳେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ଦମ୍ପତିଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି । ସେଡ୍ ର ଭଗ୍ନାବଶେଷ ପଡି ୨ଟି କାର୍ ଭାଙ୍ଗିଛି । ହଠାତ୍ ସେଡ୍ ଟି ଭୁଶୁଡ଼ି ପଡ଼ିବାରୁ ସେଠାରେ ଆତଙ୍କ ଖେଳିଯାଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ, ୬ ମାସ ତଳେ ୧ ନମ୍ବର ପ୍ଲାଟଫର୍ମ ବାହାରେ ସେଡ୍ ନିର୍ମାଣ ହୋଇଥିଲା । ତେବେ ବର୍ଷା, ପବନରେ ତାହା ଭୁଶୁଡ଼ି ପଡିବା ସମସ୍ତଙ୍କୁ ବିସ୍ମିତ କରିଛି । ରେଳ ବିଭାଗର ଏହି କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande