
ଭୁବନେଶ୍ୱର, 10 ଅଗଷ୍ଟ (ହି.ସ.) - ଏଗ୍ରିଷ୍ଟେକ ଆଇଡିପାଇଁ ଚାଷୀଙ୍କ ପାଖକୁ ଯିବେ ସରକାର । ସମବାୟ ସଂସ୍ଥାରେ ହେବ
ଏଗ୍ରିଷ୍ଟେକ ଆଇଡି । ଯେଉଁ ଚାଷୀ ସମବାୟ ସଂସ୍ଥା ଆସିପାରିବେନି ଚାଷୀଙ୍କ ପାଖକୁ ଯିବେ ଅଧିକାରୀ
। ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଆଇଡିଜେନେରେଟ ହେଲେ ଚାଷୀଙ୍କୁ ମିଳିବ ପରିଚୟ ପତ୍ର | ଆଧାରକାର୍ଡ଼ ଭଳି ଚାଷୀଙ୍କୁ ମିଳିବ ଚାଷୀ ପରିଚୟ ପତ୍ର
। ସାହାଯ୍ୟ କରିବେ କୃଷି, ରାଜସ୍ୱ ଓ ସମବାୟ
ଅଧିକାରୀ । ଆବଶ୍ୟକ ପଡିଲେ ବଢିବ ଚାଷୀ ପଞ୍ଜିକରଣ ଅବଧି । ଏଣିକି ବିଦେଶରେ ଥିବା ଚାଷୀ ଭିସିମାଧ୍ୟମରେ କରିପାରିବେ ପଞ୍ଜିକରଣ ଏବଂ ଆଖିସ୍କାନ । ଏନେଇ ମନ୍ତ୍ରୀ ସ୍ତରୀୟ ବୈଠକ ବସିଥିଲା | ଏଥିରେକୃଷି, ସମବାୟ, ରାଜସ୍ୱ, ଯୋଗାଣ ବିଭାଗ ମନ୍ତ୍ରୀ ଓ ଅଧିକାରୀ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା