ଏଗ୍ରିଷ୍ଟାକ୍ ବାଧ୍ୟତାମୂଳକ ନୁହେଁ - ସମବାୟ ମନ୍ତ୍ରୀ
ଭୁବନେଶ୍ୱର, 10 ଅଗଷ୍ଟ (ହି.ସ.)- ଏଗ୍ରିଷ୍ଟାକ୍ ବାଧ୍ୟତାମୂଳକ ନୁହେଁ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି । ଚାଷୀମାନଙ୍କ ସୁବିଧା ପାଇଁ ଏହା ୟୁନିକ୍ କାର୍ଡ, କିନ୍ତୁ ବାଧ୍ୟତାମୂଳକ ନୁହେଁ । ଅତିକମ୍ରେ ୧୦ ଲକ୍ଷ ଚାଷୀଙ୍କ ଏଗ୍ରିଷ୍ଟାକ କାର୍ଡ କରିବାକୁ ଚେଷ୍ଟା
ଏଗ୍ରିଷ୍ଟାକ୍ ବାଧ୍ୟତାମୂଳକ ନୁହେଁ - ସମବାୟ ମନ୍ତ୍ରୀ


ଭୁବନେଶ୍ୱର, 10 ଅଗଷ୍ଟ (ହି.ସ.)- ଏଗ୍ରିଷ୍ଟାକ୍ ବାଧ୍ୟତାମୂଳକ ନୁହେଁ ବୋଲି ସମବାୟ

ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି । ଚାଷୀମାନଙ୍କ ସୁବିଧା ପାଇଁ ଏହା ୟୁନିକ୍ କାର୍ଡ, କିନ୍ତୁ

ବାଧ୍ୟତାମୂଳକ ନୁହେଁ । ଅତିକମ୍ରେ ୧୦ ଲକ୍ଷ ଚାଷୀଙ୍କ ଏଗ୍ରିଷ୍ଟାକ କାର୍ଡ କରିବାକୁ ଚେଷ୍ଟା

କରାଯାଉଛି । ବିନା ଏଗ୍ରିଷ୍ଟାକ୍ରେ ବି ଚାଷୀ ଧାନ ବିକ୍ରି କରିପାରିବେ । କେବଳ ଏହା ସେମାନଙ୍କ

ସୁବିଧା ପାଇଁ କରାଯାଇଛି । ଏହାଦ୍ବାରା ଭବିଷ୍ୟତରେ ଧାନ ବିକ୍ରି, ସାର ସହ ସବୁ

ସୁବିଧା ପାଇପାରିବେ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande