
ଭୁବନେଶ୍ୱର, 10 ଅଗଷ୍ଟ (ହି.ସ.)- ବିଶ୍ଵ ଜୈବ ଇନ୍ଧନ ଦିବସରେ ସୁରକ୍ଷିତ ପରିବେଶ ଏବଂ ସୁରକ୍ଷିତ
ଭବିଷ୍ୟତ ସୁନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଅପିଲ କରିଛନ୍ତି ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ସେୟାର କରି ସେ କହିଛନ୍ତି ଯେ, ବିଶ୍ଵ ଜୈବ ଇନ୍ଧନ
ଦିବସ ଅବସରରେ ଆସନ୍ତୁ ପାରମ୍ପରିକ ଜୀବାଶ୍ମ ଇନ୍ଧନ ବଦଳରେ ଜୈବ ଇନ୍ଧନ ସମ୍ପର୍କରେ ଅଧିକ
ସଚେତନତା ସୃଷ୍ଟି କରିବା। ସମସ୍ତଙ୍କ ମିଳିତ ପ୍ରୟାସରେ ଏକ ସୁରକ୍ଷିତ ପରିବେଶ ଏବଂ ସୁରକ୍ଷିତ ଭବିଷ୍ୟତ
ସୁନିଶ୍ଚିତ କରିବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା