୧୩୨୬ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ  କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 10 ଅଗଷ୍ଟ (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ୯ଟି ବିଭାଗରେ ସଫଳତାର ସହ ମନୋନୀତ ହୋଇଥିବା ୧୩୨୬ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ରାଜ୍ୟର
୧୩୨୬ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ  କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 10 ଅଗଷ୍ଟ (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର

ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ୯ଟି ବିଭାଗରେ

ସଫଳତାର ସହ ମନୋନୀତ ହୋଇଥିବା ୧୩୨୬ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି

। ଏହି ଅବସରରେ ସେ କହିଛନ୍ତି ଯେ ରାଜ୍ୟର

ସମୃଦ୍ଧି ଓ ସୁଶାସନର ପଥରେ ଯୁବଶକ୍ତି ହେଉଛନ୍ତି ଆମର ସବୁଠାରୁ ବଡ଼ ସାମର୍ଥ୍ୟ। ସେମାନଙ୍କ

ସ୍ୱପ୍ନ ଓ ନିଷ୍ଠା ହିଁ ନୂତନ ଓଡ଼ିଶାର ବିକାଶ ଗାଥା ରଚନା କରୁଛି। ନିଯୁକ୍ତିପତ୍ର ପାଇବାକୁ ଯାଉଥିବା ସମସ୍ତଙ୍କୁ ହାର୍ଦ୍ଦିକ

ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ସେ ଉଜ୍ଜ୍ୱଳ

ଭବିଷ୍ୟତ କାମନା କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande