ତ୍ରିରଙ୍ଗା ଯାତ୍ରାରେ ଛାତ୍ରଛାତ୍ରୀଙ୍କୁ ସାମିଲ କରିବା ନେଇ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହେଲା କଂଗେସ
ଭୁବନେଶ୍ୱର , ୧୦ ଅଗଷ୍ଟ (ହି.ସ.) - ମୁଖ୍ୟମନ୍ତ୍ରୀଙ୍କ ତ୍ରିରଙ୍ଗା ଶୋଭାଯାତ୍ରାରେ ତିନି ଗୋଟି ସ୍କୁଲ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିବା କଂଗ୍ରେସ ଅଭିଯୋଗ କରିଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାନବାଧିକାର କମିଶନଙ୍କ ନିକଟରେ ମକଦ୍ଦମା ଦାଖଲ କରାଯାଇଛି ବୋଲି ଓପିସିସି ମୁଖପାତ୍ର ଆଡ଼ଭୋକେଟ ଲ
cm


ଭୁବନେଶ୍ୱର , ୧୦ ଅଗଷ୍ଟ (ହି.ସ.) - ମୁଖ୍ୟମନ୍ତ୍ରୀଙ୍କ ତ୍ରିରଙ୍ଗା ଶୋଭାଯାତ୍ରାରେ ତିନି ଗୋଟି ସ୍କୁଲ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିବା କଂଗ୍ରେସ ଅଭିଯୋଗ କରିଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାନବାଧିକାର କମିଶନଙ୍କ ନିକଟରେ ମକଦ୍ଦମା ଦାଖଲ କରାଯାଇଛି ବୋଲି ଓପିସିସି ମୁଖପାତ୍ର ଆଡ଼ଭୋକେଟ ଲଲାଟେନ୍ଦୁ ଦାସ କହିଛନ୍ତି।

ସେ କହିଛନ୍ତି ଯେ କ୍ରାନ୍ତି ଦିବସକୁ ସଫଳ କରିବାକୁ ଯାଇ ରାଜ୍ୟସ୍ତରୀୟ ଘର ଘର ତୀରଙ୍ଗା କାର୍ଯ୍ୟକ୍ରମରେ ବାଲିପାଟଣା ଶିଶୁ ଅନନ୍ତ ମହାବିଦ୍ୟାଳୟର ୧୦୫ ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅଭିଭାବକଙ୍କ ସହମତି ନ ନେଇ ସେମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଅଣନିଶ୍ୱାସୀ ହୋଇ ୩ ଜଣଙ୍କ ଅବସ୍ଥା ହୋଇ ଗୁରୁତର ହେବାରୁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଆଡମିସନ କରାଯାଇଥିଲା । ଏଭଳି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସାମିଲ କରିବା ନେଇ ଅଦାଲତଙ୍କ ବାରଣ ଥିବା ସତ୍ୱେ ରାଜ୍ୟ ସରକାର ଜାଣିଶୁଣି ଆଇନକୁ ଉଲ୍ଲଂଘନ କରିଥିବା ହେତୁ ଏହି ବେଆଇନ କାର୍ଯ୍ୟକ୍ରମ ବିରୁଦ୍ଧରେ ଓଡିଶା ମାନବାଧିକାର କମିସନଙ୍କ ନିକଟରେ ଏକ ମାମଲା ରୁଜୁ ହୋଇଛି । ଏହି ମାମଲାକୁ ଗ୍ରହଣ କରି ଏକ ଉଚ୍ଚସ୍ତରୀୟ ତଦନ୍ତ ତଥା ଦୋଷୀ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରାର୍ଥନା କରାଯାଇଛି । ପୀଡ଼ିତ ଛାତ୍ରଛାତ୍ରୀଙ୍କୁ ଆର୍ôଥକ ଅନୁଦାନ ତଥା ଉପଯୁକ୍ତ ଚିକିତ୍ସା ମାଗଣାରେ ପ୍ରଦାନ କରାଯିବାକୁ ମଧ୍ୟ ଉଲ୍ଲେଖ ରହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଓପିସିସି ମୁଖପାତ୍ର ହିମାଂଶୁ ଲେଙ୍କା ମଧ୍ୟ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande