ଜୟପୁରରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି, ଜନସାଧାରଣଙ୍କ ୯୬ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ
ଜୟପୁର, ୧୦ ଅଗଷ୍ଟ (ହି.ସ.)- ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି କୋରାପୁଟ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଶୁଣାଣିରେ ମୋଟ ୯୬ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୧୬ଟି ଗୋ
ଜୟପୁରରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି  ଜନସାଧାରଣଙ୍କ ୯୬ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ


ଜୟପୁର, ୧୦ ଅଗଷ୍ଟ (ହି.ସ.)- ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି କୋରାପୁଟ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଶୁଣାଣିରେ ମୋଟ ୯୬ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୧୬ଟି ଗୋଷ୍ଠୀଗତ ଓ ୮୦ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ଆର୍ଥିକ ସହାୟତା, ଘର ପଟ୍ଟା, ଜମିଜମା ବିବାଦ, ପାନୀୟ ଜଳ, ସ୍ୱାସ୍ଥ୍ୟ, ରାସ୍ତା ଓ ଯାତାୟାତ, ବିଦ୍ୟୁତ ସରବରାହ ଆଦି ବିଭିନ୍ନ ସମସ୍ୟା ନେଇ ଜନସାଧାରଣ ଅଭିଯୋଗ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ଶ୍ରୀ ମହାଜନ ଅଭିଯୋଗକାରୀମାନଙ୍କ ସମସ୍ୟାକୁ ଗୁରୁତ୍ୱର ସହ ଶୁଣିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଅଭିଯୋଗଗୁଡ଼ିକର ତ୍ୱରିତ ଓ ନିୟମାନୁଯାୟୀ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।ଅଭିଯୋଗ ଶୁଣାଣିରେ ରେଳ ଲାଇନ ରେ କ୍ଷତିଗ୍ରସ୍ତ ହୋଇଥିବା ଜମି ମାଲିକ ମାନେ ଦ୍ୱାରସ୍ଥ ହୋଇ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ପଡୋଶୀ ଜିଲାରେ କ୍ଷତିପୁରଣ ଅଧିକା ଥିବା ବେଳେ ବୋରିଗୁମ୍ମାରେ ସାଗ ମାଛ ଦରରେ ଜମି ଅଧିଗ୍ରହଣ କରାଯାଉଛି । ସେହିପରି ଜୟପୁର ବ୍ଲକର କାଳିଆ ଗାଁ ପଞ୍ଚାୟତର ବାଲିଭଟା ସାହିରେ ରାସ୍ତା ହୋଇ ନାହିଁ । ସାହିରେ ୫୦ ଘର ରହୁଥିବା ବେଳେ ଯିବା ଆସିବାକୁ ବହୁତ କାଦୁଅ ଏମିତିକି କାହାର ଦେହ ଅସୁସ୍ଥ ହେଲେ ଆମ୍ବୁଲାନ୍ସ ମଧ୍ୟ ଆସି ପାରୁ ନାହିଁ । ବହୁତ କଷ୍ଟରେ ଯିବା ଆସିବା କରନ୍ତି ଗ୍ରାମବାସୀ । ତେଣୁ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଦାବି ହୋଇଛି । ସେହିପରି ଜୟପୁର ସ୍ଥିତ ସିଟି ହାଇସ୍ଲୁଲରେ ଶିକ୍ଷକ ନିଯୁକ୍ତି ନେଇ ଅଭିଯୋଗ କରାଯାଇଛି । ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି ତୁରନ୍ତ ଶିକ୍ଷକ ନିଯୁକ୍ତି କରିବାକୁ ଦାବି କରାଯାଇଛି । ଜୟପୁର ମୁଖ୍ୟ ରାସ୍ତାରେ ସ୍ୱାଧିନତା ଦିବସ ପାଳନ ନକରିବାକୁ ଅଭିଯୋଗ ହୋଇଛିା ପ୍ରତ୍ୟେକ ବର୍ଷ ପରି ଦଶହରା ପଡିଆରେ କରିବାକୁ ଦାବି ହୋଇଛି । ଜୟପୁର ସହର ଚନ୍ଦନ ବାଡ ସାହି ସ୍ଥିତ ସରକାରି ପୌର ଉଚ୍ଚ ବିଦ୍ୟାଳୟ ୨ ନିକଟରେ ବେଆଇନ ମଦ ପ୍ରସ୍ତୁତି ବନ୍ଦ କରିବାକୁ ଅଭିଯୋଗ କରାଯାଇଛି ।ଶୁଣାଣିରେ କୋରାପୁଟ ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା, ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କୋରାପୁଟ ବେଣୁଧର ସବର, ଉପଜିଲ୍ଲାପାଳ, ଜୟପୁର ଯଦୁମଣି ନାଏକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ, ଜୟପୁର ସୁଶ୍ରୀ ଅର୍ଚିତା ମିତ୍ତଲ, ଜିଲ୍ଲା ବନ ଅଧିକାରୀ ରାଜେଶ ପଟେଲ, ପ୍ରଶିକ୍ଷଣାଧୀନ ଅଧିକାରୀ, କୋରାପୁଟଂକ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande