ପୁଇଁନ୍ତଲା ଏଫପିଓ ପରିଦର୍ଶନ କଲେ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, ୧୦ ଅଗଷ୍ଟ (ହି.ସ) - ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ବ୍ଲକ୍ ର ଅନ୍ୟତମ ଅଗ୍ରଣୀ ସଂସ୍ଥା ପୁଇଁନ୍ତଲା ପ୍ରଗତି କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ୍, କଣ୍ଡାମାଳ'' (ଏଫପିଓ) ପରିଦର୍ଶନ କରିଛନ୍ତି। କେନ୍ଦ୍ର ସରକାରଙ୍କ ୧୦ ହଜାର ଏଫପିଓ ଯୋଜ
fpo


ଭୁବନେଶ୍ୱର, ୧୦ ଅଗଷ୍ଟ (ହି.ସ) - ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ବ୍ଲକ୍ ର ଅନ୍ୟତମ ଅଗ୍ରଣୀ ସଂସ୍ଥା ପୁଇଁନ୍ତଲା ପ୍ରଗତି କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ୍, କଣ୍ଡାମାଳ' (ଏଫପିଓ) ପରିଦର୍ଶନ କରିଛନ୍ତି। କେନ୍ଦ୍ର ସରକାରଙ୍କ ୧୦ ହଜାର ଏଫପିଓ ଯୋଜନାରେ ୨୦୨୨ ମସିହାରେ ନାବାର୍ଡର ସହାୟତାରେ ଗଠିତ ଏହି ସଂସ୍ଥାରେ ଆଜି ଅଂଚଳର ୭୭୩ ଜଣ ମହିଳା ଓ ପୁରୁଷ ଚାଷୀ ଅଂଶୀଦାର ଭାବେ ଯୋଡ଼ି ହୋଇ ନିଜର ଭାଗ୍ୟ ବଦଳାଉଛନ୍ତି।

ଏହି ଏଫପିଓ ରାଜ୍ୟ ସରକାର ଏବଂ ଆନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର (ଆଇଆରଆରଆଇ) ର ସହାୟତାରେ ଉଚ୍ଚ ପ୍ରୋଟିନ୍, ଜିଙ୍କ୍ ଓ କମ୍ ଜିଆଇ ଯୁକ୍ତ ବିଶେଷ ଧାନ ଏବଂ ଉନ୍ନତ ବିହନ ଚାଷ କରିବା ସହ ଏହାର ମୂଲ୍ୟଯୁକ୍ତ ଉତ୍ପାଦ ଯେପରିକି ଚାଉଳ ଓ ଚୁଡ଼ା ବଜାରକୁ ଛାଡ଼ି ଚାଷୀଙ୍କ ଆର୍ôଥକ ଉନ୍ନତି ସହ ଆମ ସମାଜକୁ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଇଦେଉଛି। ଏହାସହ ଦେଶୀ ଡାଲି (ମୁଗ, ହରଡ, ତିଆସି) ଓ କଦଳୀ ଚାଷ ପାଇଁ ଚାଷୀଙ୍କୁ ନିରନ୍ତର ପ୍ରୋତ୍ସାହିତ କରାଯାଉଛି। ଏହା ସହିତ ଏଠାରେ ଥିବା ନିଜସ୍ୱ ୧.୫ ଟିପିଏଚ୍ କ୍ଷମତା ବିଶିଷ୍ଟ ଜଳବାୟୁ ଅନୁକୂଳ ଓ ପୋଷାକ ତତ୍ୱ ସୁରକ୍ଷିତ ରଖୁଥିବା ଡାଲି ଏବଂ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ପ୍ରକୃତରେ ପ୍ରଶଂସନୀୟ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande